No Result
View All Result

୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ କୃତିବାସ ଭବନରେ ବିଜୁ ଯୁବ ଛାତ୍ର ଜନତା ଦଳର ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି । ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷ ଯୁବ ଛାତ୍ର ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୧୫ ରୁ ଊର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରିଯାଇଥିବା ଜଣାପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ମୋ ଓଡ଼ିଶାର କେହି ରକ୍ତର ଅଭାବରେ ମୃତ୍ୟୁବରଣ କରିବେ ନାହିଁ । ସେଥିପାଇଁ ପାଇଁ ବିଜୁ ଜନତା ଦଳର ଯୁବ ଛାତ୍ର ମାଧ୍ୟମରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି, କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,

ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀ ନାଥ ମହାରଣା,ଖୋର୍ଦ୍ଧା ଜିଲ୍ଲା ସାସଂଦ ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କୁମାର ଜଗ୍ଗତ ବଲ୍ଲଭ ମହାରଥା, ବିଜୁ ଜନତା ଦଳର ବାଣପୁର ବ୍ଲକ ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଳିଆରସିଂହ, ବାଣପୁର ବ୍ଲକ ଯୁବ ସଭାପତିଶ୍ରୀଯୁକ୍ତ କୈଳାସ ମହାପାତ୍ର, ଛାତ୍ର ସଭାପତି ଶ୍ରୀଯୁକ୍ତ ନିଲେଶ୍ ବରାଳ,ତୁମୁରାପୁଟ ସରପଞ୍ଚ ଅକ୍ଷୟ କୁମାର ସେଠୀ, ତୋରସିଂହ ସରପଞ୍ଚ ଆକାଶ ପ୍ରଧାନ,ଗଭାରିମୁଣ୍ଡା ସରପଞ୍ଚ ପ୍ରତିନିଧି ଚିନ୍ମୟ ପଟନାୟକ, ଶ୍ରୀଯୁକ୍ତ ବାଣପୁର ବ୍ଲକ ମିଶନ ଶକ୍ତି ସେକ୍ରେଟେରି ବେବିନା ତ୍ରିପାଠୀ, ବାଣପୁର ବ୍ଲକ ମିଶନ ଶକ୍ତି ସଭାପତି ଶ୍ରୀମତୀ କବିତା ମହାପାତ୍ର,ବାଣପୁର ବ୍ଲକ ପୂର୍ବତନ ଉପାଦକ୍ଷ ଶ୍ରୀଯୁକ୍ତ ଅଜୟ ରାଉଳ,

ବାଣପୁର ବ୍ଲକ ବିଜୁ ଜନତା ଦଳର ସଂଘଠକଶ୍ରୀଯୁକ୍ତ ଆଲୋକ ପ୍ରଧାନ, ଗାଲୁଆ ପଞ୍ଚାୟତ ଯୁବ ସଂଘଠକ ଶ୍ରୀଯୁକ୍ତ ଚିତ୍ତରଂଜନ ସାମନ୍ତରାୟ,ଭବାନୀ ପୁର ଗ୍ରାମ ପଞ୍ଚାୟତର ଛାତ୍ର ସଭାପତି ଶ୍ରୀଯୁକ୍ତ ବିଘିନେଶ୍ୱର ସାମନ୍ତରାୟ,ପ୍ରମୁଖ ଯୋଗଦେଇଥିଲେ । ଏଥିରେ ସବଡ଼ିଭିଜିନାଲ ହସ୍ପିଟାଲର ରକ୍ତ ସଂଗ୍ରହ ଅଧିକାରୀ ଡକ୍ଟର ଗୋବିନ୍ଦଚନ୍ଦ୍ର ମହାପତ୍ରଙ୍କ ସହଯୋଗ କ୍ରମେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ଅଂଶ କରିଥିଲେ। ଏହା ଦିବା ୧୦ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଦିନ ଓ୨ ଘଣ୍ଟିକା ପର୍ଯ୍ୟନ୍ତ ରକ୍ତଦାନ ଚାଲୁ ରହିଥିଲା। ରକ୍ତଦାନ କରି ସମସ୍ତ ଦାତା ମାନେ ଖୁସି ବ୍ୟକ୍ତ କରିଥିଲେ ।


No Result
View All Result