୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘୋଷିପୁରା ନିର୍ବାଚନ ମଣ୍ଡଳୀ ର ଢେଙ୍କିକଟ ଠାରେ ବିଜୁ ଜନତା ଦଳର ପଦଯାତ୍ରା ଆରମ୍ଭ ହୋଇଯାଇଛି . ଏବଂ ଏହି ପଦ ଯାତ୍ରା ରେ ବିଜୁ ଜନତା ଦଳର ଅଧିକାଂଶ ବିଧାୟକ ଓ ବିଧାୟିକା ଯୋଗ ଦେଇଥିଲେ । ଯଥା ଘୋସିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ଏବଂ ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ବଦ୍ରନାରାୟଣ ପାତ୍ର, ଚମ୍ପୁଆ ବିଧାୟିକା ଶ୍ରୀମତୀ ମୀନାକ୍ଷୀ ମହାନ୍ତ, ଓ କେନ୍ଦୁଝର ଜିଲ୍ଲାର ସାଂସଦ ସୁ ଶ୍ରୀ ଚନ୍ଦ୍ରାଣି ମୂର୍ମୁ,

ଆନନ୍ଦପୁର ବିଧାୟକ ଶ୍ରୀଯୁକ୍ତ ଭାଗିରଥି ସେଠୀ, ଓ ପାଟଣା ବିଧୟକ ଶ୍ରୀଯୁକ୍ତ ଜଗନ୍ନାଥ ନାୟକ, ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରଯୁକ୍ତ ପ୍ରେମାନନ୍ଦ ନାୟକ,ଓ ଜିଲ୍ଲା ବିଜେଡ଼ି ସଭାପତି ମାଧବ ସର୍ଦ୍ଦାର, ଓ ଜିଲ୍ଲା ବିଜେଡ଼ି ମହିଳା ଅଧ୍ୟକ୍ଷା ଶ୍ରୀମତୀ ରମଣି ନାୟକ ଏବଂ ସମବାୟ ବ୍ୟାଙ୍କ ସମିତି ଜିଲ୍ଲା ଅଧ୍ୟକ୍ଷ ଶ୍ରୀଯୁକ୍ତ କାନନ ବିହାରୀ ପୋହୀ ସମେତ ହଜାର ହଜାର ବିଜେଡ଼ି କର୍ମୀ ଓ ଜନ ସାଧରଣ ଯୋଗଦାନ ଦେଇଥିଲେ । ଏବଂ ଏହି ପଦଯାତ୍ରା ରେ ବିପୁଳ ମାତ୍ରା ରେ ଜନ ସମାଗମ ଦେଖାଯାଇଥିଲା ।

ଏହି ପଦ ଯାତ୍ରା ରେ ରାଜ୍ୟ ସରକାରଙ୍କ ବିଭିନ୍ନ ହୀତକର ଯୋଜନା ସମ୍ପର୍କରେ ଅବଗତ କୋରାଇଥିଲେ । ଏବଂ ଏଥି ଦ୍ଵାରା ଲୋକ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଦଳୀୟ କର୍ମୀ ଓ ପ୍ରମୁଖ ନେତା ଙ୍କ ଯୋଗଦାନରେ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାର ଙ୍କ ର ବିକାଶବାର୍ତା ଓ ପ୍ରତି ଗ୍ରାମ, ସହର ର ବିକାଶ ମୂଳକ କାର୍ଯ୍ୟ ତଥା ବିଭିନ୍ନ ଜନ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ ର ସଫଳତା କୁ ଦର୍ଶାଇ ନେତା ମାନେ ନିଜର ମତାମତ ରଖିଥିଲେ ।















