୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ୱାର୍ଡ ନଂ ୬୪ ଯଦୁପୁର ଟାଙ୍ଗୀ ଛକ ଠାରୁ ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଗୁଡିକୁ ପଦଯାତ୍ରାରେ ସ୍ଲୋଗାନ ଦେଇଥିଲେ ।

ଶେଷରେ ଏକ ସାଧାରଣ ସଭାରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା କୁ ଦଳର ବିଭିନ୍ନ ପଦାଧିକାରୀ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରତିବାଦ ଜଣାଇଥିଲେ । ଅନ୍ୟନମାନଙ୍କ ମଧ୍ୟରେ ଓଡ଼ିଶା ଆଗ୍ରୋ ଇଣ୍ଡିଷ୍ଟ୍ରି କର୍ପୋରେସନ ର ଉପାଧ୍ୟକ୍ଷ ଡ. ସନ୍ତୋଷ ବେଜ୍, ସ୍ଥାନୀୟ କର୍ପୋରେଟର ସକିବା ମୁସରତ,

କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ,ଶିବ ନାରାୟଣ ରାୟ,ଶିବ ପ୍ରସାଦ ବେହେରା,ଦୀପକ ମିଶ୍ର,ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ଅଶ୍ଵିନୀ ସୁନ୍ଦରାୟ, ମୁଜାହିଦ୍ ହୁସେନ,ରାଜ୍ୟ ଯୁବ ସମ୍ପାଦକ ସେଖ ଅମିର ମହମ୍ମଦ,ବିଜୁ ଛାତ୍ର ଜନତା ଦଳ ଏକାମ୍ର ସଭାପତି ଶିବ ପ୍ରସାଦ ମହାପାତ୍ର,ଯୁବ ସଭାପତି ରାଜେଶ ପାତ୍ର,

ୱାର୍ଡ ସଭାପତି ବର୍କତ ତୁଲ୍ଲା,ମହମ୍ମଦ କାସିମ୍,ସେକ୍ ସବିର ଅଲ୍ଲୀ, ଶୟଦ୍ ଜମସେଦ୍ ଅଲ୍ଲୀ,ଶୟଦ୍ ଜାପାନ ଅଲ୍ଲୀ,ହସିମ୍ ଖନ୍,ଶେଖ୍ ଗୁଫ୍ରାନ,ଶେଖ୍ ଜଲାଲ,ସୁଶିଲ ବିଶ୍ଵାଳ,ଅନୁପ କୁମାର ବେହେରା,ଶେଖ୍ ସର୍ଜାନ ପ୍ରମୁଖ ଉପସ୍ଥିତ ଥିଲେ।
















