ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) ଭୁବନେଶ୍ୱର :- ବିଜେଡି ସୁପ୍ରେମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସର୍ବଭାରତୀୟ ସ୍ତରରେ ବିଜେଡି ଦଳ ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ୧୫ ଜଣ ବିଜେଡି ନେତାଙ୍କୁ ଦଳର ସାଙ୍ଗଠନିକ ବରିଷ୍ଠ ସାଧାରଣ ସଂପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍ ଅନୁସାରେ, ସାଧାରଣ ସମ୍ପାଦକ ପଦବୀରେ ୧୫ ଜଣ ବରିଷ୍ଠ ବ୍ୟକ୍ତି ଙ୍କୁ ଆସନ୍ନିତ କରାଯିବା ସହ ବିଭିନ୍ନ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଈଁ ମୁଖ୍ୟ ଭାବେ ଚୟନ କରାଯାଇଛି । ଯେଉଁ ନେତା ମାନଙ୍କୁ ଆଜି ବରିଷ୍ଠ ସାଧାରଣ ସମ୍ପାଦକ ର ଦାୟିତ୍ୱ ମିଳିଛି ସେମାନେ ହେଲେ ନୃସିଂହ ସାହୁଙ୍କୁ ଆଂଚଳିକ ବିକାଶ ର ଦାୟିତ୍ୱ , ଅଶୋକ ଚନ୍ଦ୍ର ପଣ୍ଡା ଓ କଳିକେଶ ସିଂହଦେଓ ତଥା ପ୍ରୀତିରଞ୍ଜନ ଘଡ଼େଇଙ୍କୁ ସୋସିଆଲ ୱେଲଫେୟାରର ଇନଚାର୍ଜ ଘୋଷଣା କରାଯାଇଛି ।
ସେହିପରି ଅରୁଣ କୁମାର ସାହୁ ଓ ରୋହିତ ପୂଜାରୀଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳର ଇନଚାର୍ଜ ରୁପେ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ନାୟକଙ୍କୁ ‘ମୋ ପରିବାର’ର ଦାୟିତ୍ୱ ମିଳିଛି । ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆଙ୍କୁ ପରିବେଶ ମୁଖ୍ୟ ଭାବେ । ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ର ଦାୟିତ୍ୱ , ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମଙ୍କୁ ଆଦିବାସୀ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ମିଳିଛି । ଶଶୀଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଦାୟିତ୍ୱ ତଥା ସୁମ୍ରିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ର ମୁଖ୍ୟ ଭାବେ ଦାୟିତ୍ୱ ବହନ କରିବାକୁ ଅବସ୍ଥାପିତ କରାଯାଇଛି ।