୦୬ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ବିଜେଡି ପକ୍ଷରୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭାଟ ସାହିରୁ ଆରମ୍ଭ ହୋଇଯାଇଛି ବ୍ଲକ ସ୍ତରୀୟ ଜନ ସମ୍ପର୍କ ଯାତ୍ରା । ଉକ୍ତ କାର୍ଯ୍ୟକ୍ରମ ରେ ଶତାଧିକ ଦଳୀୟ କର୍ମୀ ଓ ପ୍ରମୁଖ ନେତା ଙ୍କ ଯୋଗଦାନରେ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାର ଙ୍କ ର ବିକାଶବାର୍ତା ଓ ପ୍ରତି ଗ୍ରାମ,

ସହର ର ବିକାଶ ମୂଳକ କାର୍ଯ୍ୟ ତଥା ବିଭିନ୍ନ ଜନ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପର୍ଯ୍ୟନ୍ତ ର ସଫଳତା କୁ ଦର୍ଶାଇ ନେତା ମାନେ ନିଜର ମତାମତ ରଖିଥିଲେ । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତା ରେ ବିଶାଳ ଜନ ସମାଗମ ସହିତ ଏକ ବୈଠକ ଆୟୋଜନ କରାଯାଇଥିଲା ଯେଉଁଥିରେ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ,

ପୌର ପରିଷଦ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା , ଜିଲ୍ଲାପରିଷଦ ସରୋଜ ରଣ ସିଂ , ସୁଭାଷ ଚନ୍ଦ୍ର କହଁର, ବିଜେଡି ବ୍ଲକ ସଭାପତି ଅଜିତ ସାହୁ , ବିଜେଡି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ବେହେରା , ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ନୀଳ ମାଧବ ପଣ୍ଡା, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା ,

ମନୋଜ ନାୟକ , ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସମେତ ସମିତି ସଭ୍ୟ ଓ ସରପଞ୍ଚ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ ସଭାରେ ନେତା ନବୀନ ସରକାର ଙ୍କ ର ବିକାଶ ବାର୍ତା ବଖାଣିବା ସହିତ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ବିଭିନ୍ନ ଖାଉଟି ସମସ୍ୟା ଠାରୁ ଆରମ୍ଭ କରି ଗ୍ୟାସ୍ ଦର ବୃଦ୍ଧି ପର୍ଯ୍ୟନ୍ତ ପ୍ରସଙ୍ଗ ଉପସ୍ଥାପନା କରି ବର୍ଷିଥିଲେ ।




















