ଓଡିଶା ତାଜା ନ୍ୟୁଜ୍ , ରିପୋର୍ଟ – ଅଭିମନ୍ୟୁ ମହାରଣା (୦୮ ଜୁଲାଇ ବୁଧବାର ) ରଣପୁର :- ମହାମାରୀ କରୋନା ର ମାତ୍ରା ନୟାଗଡ଼ ଜିଲ୍ଲାରେ ବୃଦ୍ଧି ପାଇଥିବା ବେଳେ ରଣପୁର ଅଞ୍ଚଳ ରେ ଜଣେ ସିଆର୍ପିଏଫ୍ ଯବାନ ଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହେବା ରଣପୁର ରେ ଚିନ୍ତା ର ଵିଷୟ ହୋଇ ପଡ଼ିଛି । ରଣପୁର ଏନେସି ରେ ଏହି ପଜିଟିଭ୍ କରୋନା ଆକ୍ରାନ୍ତ ବାହାରିବା ଫଳରେ ପଂଚାୟତ ଗୁଡ଼ିକ ରେ ଭୟାବହ ବାର୍ତ୍ତାବରଣ ସୃଷ୍ଟି ହୋଇଛି । ରଣପୁର ବ୍ଲକ ଅନ୍ତର୍ଗତ ନରସିଂହ ପୁର ର ୫ ଜଣ ପ୍ରବାସୀ ଓଡ଼ିଆ ଗତ ୨୬ ତାରିଖ ରେ ମଝିଆଖଣ୍ଡ ସଙ୍ଗରୋଧ କେନ୍ଦ୍ର ରେ ଅବସ୍ଥାନ କରୁଥିବା ବେଳେ ବଳଭଦ୍ରପୁର ପଞ୍ଚାୟତ ରୁ ସିଆରପିଏଫ୍ ଜଣେ ଯବାନ ଦିଲ୍ଲୀ ରୁ ଗତ୨୭ ତାରିଖ ରେ ନିଜ ଗ୍ରାମ କୁ ଫେରି ଗୋପାଳପୁର ସଙ୍ଗରୋଧ କେନ୍ଦ୍ର ରେ ରହି ଆସୁଥିଲେ ।
ତେବେ ସମସ୍ତ ଓଡ଼ିଆ ପ୍ରବାସୀ ମାନଙ୍କ ସ୍ବାବ୍ ୪ ତାରିଖ ରେ ଭୁବନେଶ୍ୱର ପଠାଯାଇଥିଲା ପରେ ସମସ୍ତ ଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ସେ ସମସ୍ତ ଆକ୍ରାନ୍ତ ଙ୍କୁ ଚାନ୍ଦପୁର ସ୍ଥିତ କୋଭିଡି ହସ୍ପିଟାଲ ରେ ଚିକିତ୍ସା କରାଯିବ ବୋଲି ରଣପୁର ସ୍ବାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଅଧିକାରୀ ଡ଼ଃ ବୈଦନାଥ ନନ୍ଦ କହିଛନ୍ତି । ତେବେ ରଣପୁର ଅଞ୍ଚଳ ରେ ଆଗାମୀ ଦିନରେ ଏହି କରୋନା ସଂକ୍ରମଣ ବୃଦ୍ଧି ପାଇବା ର ସମ୍ଭାବନା ସୃଷ୍ଟି ହେଉଛି । ରଣପୁର ଏନେସି କୁ ସମସ୍ତ ପଞ୍ଚାୟତ ରୁ ଲୋକ ଆସୁଛନ୍ତି । କୋର୍ଟ କଚେରୀ , ବଜାର ରେ ମଧ୍ୟ ଲୋକ ଙ୍କ ମେଳି ଦେଖିବାକୁ ମିଳୁଛି ଏହି ଭଳି ପରିସ୍ଥିତି ରେ ସଂକ୍ରମଣ ର ଆଶଙ୍କା ମଧ୍ୟ ରହିଛି । ପରସ୍ପର ସାମାଜିକ ଦୂରତା ରକ୍ଷା କରିବା ସହିତ ସମସ୍ତ ଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଗଲେ ହିଁ ଏହି ଭଳି ଭୟଙ୍କର ପରିସ୍ଥିତି କୁ ସାମ୍ନା କରି ପାରିବା ।