ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) ନୟାଗଡ଼ :- ଶତାଧିକ ଅସହାୟଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ ରଣପୁର ଜିଲ୍ଲାରେ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇବା ସହ ଯୁବପିଢିଙ୍କୁ ସେବା ଧର୍ମରେ ବ୍ରତୀ କରିବା ପାଇଁ ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ନୟାଗଡ଼ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହେଉଛି । ଏହି କ୍ରମରେ ଆଜି ସେବା ଉତ୍ସବର ଅଷ୍ଟମ ଦିନରେ ରଣପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଶତାଧିକ ଅଭାବୀଙ୍କୁ ବସ୍ତ୍ର, ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି ।
ରଣପୁରର ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଂଚଳ ବନ୍ଧମୁଣ୍ଡା ପଂଚାୟତର ରାଇପଡ଼l, ଖିଲାମଣ୍ଡି ସମେତ ରଣପୁର ଏନଏସିର ବହୁ ଅସହାୟ ଲୋକଙ୍କୁ ସେବା ସମିତି ପକ୍ଷରୁ ବସ୍ତ୍ର ଓ ମାସ୍କ ବଣ୍ଟନ କରାଯାଇଥିଲା । ଏହି ଅବସରରେ ନିରୀହ ଆଦିବାସୀ ମାନଙ୍କୁ ମହାମାରୀ କରୋନାର ଭୟାବହତା ସମ୍ପର୍କରେ ଅବଗତ କରାଯିବା ସହ ମାସ୍କ ଓ ସାନିଟାଇଜର ର ବ୍ୟବହାର ନେଇ ସଚେତନତା କରାଯାଇଥିଲା ।
ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆର୍ତତ୍ରାଣ ପ୍ରଧାନ, ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, ଛାତ୍ରନେତା ଅଭିଶେକ ସାମନ୍ତରାୟ , ପ୍ରଦୀପ କୁମାର ରଣା, ରଶ୍ମିରଂଜନ ପରିଡ଼ା, ବନମାଳୀ ସାହୁ, କୃପାସିନ୍ଧୁ ବେହେରା, ପରମେଶ୍ୱର ସାହୁ, ତାରାପ୍ରସାଦ ପ୍ରଧାନ, ବିବେକାନନ୍ଦ ଯାନୀ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇ ଲୋକଙ୍କୁ ବସ୍ତ୍ର ଦାନ କରିଥିଲେ । ଆଜି ଅଷ୍ଟମ ଦିନରେ ପହଂଚି ଥିବା ଏହି ଜିଲ୍ଲାବ୍ୟାପୀ ସେବା ଉତ୍ସବ ଆସନ୍ତା ଜୁଲାଇ ଦଶ ତାରିଖ ବାହାଡାଝୋଲା ଠାରେ ଉଦଯାପିତ ହେବ ବୋଲି ସେବା ଉତ୍ସବ ସମିତି ପକ୍ଷରୁ ସୂଚନା ଦିଆଯାଇଛି । (ରିପୋର୍ଟ – ରାମ କୃଷ୍ଣ ରଥ)