No Result
View All Result
ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଇଲୋଟ୍ରୋନିକ ମାପ ଯନ୍ତ୍ର ଧରି ଅପେକ୍ଷା ରେ ବେପାରୀ । ହିତାଧିକାରୀ ଶୋଷଣ ଶୀକାର
୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :-> ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଧାତୁକ ଗ୍ରାମ ପଞ୍ଚାୟତ ରେ ଯୋଗାଣ ସହାୟକ ଓ ବେପାରୀ ଙ୍କ ମିଳିତ ଭଗତ ରେ ଚାଲିଛି ପଞ୍ଚାୟତ ଅଫିସ୍ ସମ୍ମୁଖରେ ପିଡିଏସ୍ ଚାଉଳ ବ୍ୟବସାୟ। ପଞ୍ଚାୟତ ସମ୍ମୁଖରେ ଏକ ରେଜିଷ୍ଟ୍ରୀ ଭୁକ୍ତ ସାର ଓ କୀଟନାଶକ ଦୋକାନ ରେ ଦୋକାନୀ ପିଡିଏସ୍ ଚାଉଳ ଲୋକଙ୍କ ଠାରୁ କିଣୁଥିବା ଦେଖିବାକୁ ମିଳିଛି। ଧାତୁକ ପଞ୍ଚାୟତ ରେ ସରକାର ଗରିବ ଲୋକଙ୍କ ପାଇଁ ଦାରିଦ୍ର୍ୟ ଦୂର କରିବା ସହ ଦାଦନ ରୋକିବା ପାଇଁ ମାଗଣାରେ ଚାଉଳ ଯୋଗାଇ ଦେଉଥିବା ବେଳେ ଏହି ପଞ୍ଚାୟତ ରେ କେତେଜଣ ଦୁର୍ନତୀ ଖୋର ବେପାରୀ ବାହାରି ଯୋଗାଣ ସହାୟକ ସମ୍ମୁଖ ରୁ ପିଡିଏସ୍ ଚାଉଳ ସଂଗ୍ରହ କରୁଥିବା ବେଳେ କିପରି ଭାବରେ ଯୋଗାଣ ସହାୟକ ଜାଣି ନ ଜାଣିଲା ପରି ଭାବ ଠାବ କରୁଥିବା ଦେଖିବାକୁ ମିଳୁଛି।

ସରକାର ଦରିଦ୍ର ଦୁରୀକରଣ ପାଇଁ ଏହି ପିଡିଏସ୍ ଚାଉଳ ଯୋଗାଉଥିବା ବେଳେ ଏହି ପଞ୍ଚାୟତରେ ଘୋର ଦୁର୍ନତୀ ହେଉଥିବା ଦେଖିବାକୁ ମିଳିଛି। ଖୋଦ ପଞ୍ଚାୟତ ସମ୍ମୁଖରେ ଥିବା ସାର ଓ କୀଟନାଶକ ଦୋକାନୀ ଗୋବିନ୍ଦ ସାହୁ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଆମ ସାରା ଦୋକାନ କେବଳ ଏହି ପଞ୍ଚାୟତ ପିଡିଏସ୍ ଚାଉଳ କିଣିବା ରେ ଆମକୁ ବହୁତ ଭଲ ଲାଭ ମିଲୁଛି ଓ ବଜାର୍ ଦିନ ପାଇଁ ଆମ୍ ଏହି ଦୋକାନ ଚାଲୁଥିବା କହିଛନ୍ତି।

ଅନ୍ୟ ପକ୍ଷରେ ଦୋକାନୀ ଙ୍କ ତିନି ବାପା ପୁଅ ଗୋବର୍ଦ୍ଧନ ସାହୁ, ଜଗନ୍ନାଥ ସାହୁ, ହିମାଂଶୁ ସାହୁ ମିଶି ପଞ୍ଚାୟତ ରୁ ଚାଉଳ ସଂଗ୍ରହ କରି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ସେପଟେ ଯୋଗାଣ ସହାୟକ ଙ୍କୁ ପଚାରିବାରୁ ମୁଁ ବାରମ୍ବାର ଏହି ପଞ୍ଚାୟତ ଅଫିସ୍ ସମ୍ମୁଖ ରୁ ଚାଉଳ ନ କିଣିବା କୁ କହୁଛି କିନ୍ତୁ ସେହି ବେପାରୀ ମାନେ ମୋ କଥା ଶୁଣି ନାହାଁନ୍ତି ବୋଲି ହାଲୁକା ଭାବେ କହିଛନ୍ତି ।ହେଲେ ଏହି ପଞ୍ଚାୟତର ଲୋକ ପିଡିଏସ୍ ଚାଉଳ ଖାଉନାହିଁ କି ଭଲି ଭବରେ ଲୋକଙ୍କୁ ପିଡିଏସ୍ ଚାଉଳ ଦିଆଯାଇଛି ତାହା ତଦନ୍ତ କରି ସାରା ଦୋକାନୀ ଓ ଯୋଗାଣ ସହାୟକ ଙ୍କ ବିରୁଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଦୃଷ୍ଟି ଦେଇ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି ।

No Result
View All Result