୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡିଆ :-> ସମ୍ପ୍ରତି ସ୍ଥିତିରେ ସାଇବର ଅପରାଧ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ପକ୍ଷ୍ୟରୁ ବିଭିନ୍ନ ସ୍ଥାନରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ ମାଲକାନାଗିରି ଜିଲ୍ଲା ଏସପି ନୀତିଶ ୱାଦୱାନୀଙ୍କ ନିର୍ଦ୍ଦେଶକ୍ରମେ ଏକ ସାଇବର ସୁରକ୍ଷା ଅଭିଯାନ ରଥ ଜିଲ୍ଲାବ୍ଯାପି ପରିଭ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏହି ପରିପେକ୍ଷିରେ ଆଜି ଜିଲ୍ଲା ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକ ସଦର ମହକୁମାରେ ଏହି ସାଇବର ସୁରକ୍ଷା ରଥ ପରିଭ୍ରମଣ କରି ସଚେତନତା ସୃଷ୍ଟି କରିଛି ।
ଏହି ରଥକୁ ପୁରୁଣା ବ୍ଲକ କାର୍ଯ୍ୟାଳୟ ନିକଟରେ ଉଦ୍ଘାଟନ କରାଯିବା ପରେ ପଡିଆ ବଜାର ହୋଇ ନୂତନ ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ୍, ଜିଲ୍ଲା ପରିଷଦ ସଭ୍ୟା ସୁରଭୀ ଭୌମିକ, ଡିଏସପି ଦିନେଶ ନାୟକ, ମାଲକାନଗିରି ଏସଡିପିଓ ସଚିନ ପଟେଲ, ପଡିଆ ଥାନା ଅଧିକାରୀ ରାମେଶ୍ଵର ପଧାନ,

ପଡିଆ ସରପଞ୍ଚ ଗଙ୍ଗା କାରାମ, ପଡିଆ କଲେଜ ଅଧକ୍ଷ ପରମାନନ୍ଦ ମହାପାତ୍ର, ବାପ଼ନପଲ୍ଲୀ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ସେଠୀ, ପଡିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ସରକାର, ପଡିଆ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦୁରା କାବାସୀ ଓ ଅବିନାଶ ସାହୁ ସମେତ ଉପସ୍ଥିତ ଥିଲେ । ସାଇବର ଅପରାଧ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବସ୍ତୁକୁ ନେଇ ଏକ ସଧାରଣ ଜ୍ଞାନ ପରୀକ୍ଷା ଅନୁଷ୍ଟିତ ହୋଇଥିଲା ।
ସନ୍ଧ୍ୟା ସମୟରେ ପଡିଆ ସ୍ଥିତ ଆମ୍ବେଦକର କ୍ଲବ ପରିସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତି କରାଯାଇ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଓ କଳାକାର ମାନେ ଦେଶପ୍ରେମ ସଙ୍ଗୀତ ଗାନ କରିବା ସହ ନୃତ୍ୟ ପରିବେଷଣ କରିଥିଲେ । ଏହି ପରୀକ୍ଷାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଶାନ୍ତ କୁମାର ପରିଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ ।














