ପାରଳଖେମୁଣ୍ଡି ପୌରପରିଷଦର ପୂର୍ବତନ ନଗରପାଳ ପି.କ୍ରିଷ୍ଣାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ – ପାରଳାଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) ପାରଳାଖେମୁଣ୍ଡି :- ପାରଳଖେମୁଣ୍ଡି ପୌରପରିଷଦର ପୂର୍ବତନ ନଗରପାଳ ପି କ୍ରିଷ୍ଣାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ,ପାରଳାଖେମୁଣ୍ଡି ପୌର ପରିଷଦର ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେପିର ବରିଷ୍ଠ ନେତା ପି.କ୍ରିଷ୍ଣାଙ୍କ ବିୟୋଗ ଘଟିଛି । ସେ ଗତ ୪ଦିନ ଧରି ଅସୁସ୍ଥ ଥିଲେ ତାଙ୍କ ଅବସ୍ଥା ଗତକାଲି ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ଜେମସ୍ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ସେଠାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଖବର ପାଇବା ପରେ ସମଗ୍ର ପାରଳାଖେମୁଣ୍ଡି ସହରରେ ଶୋକର ଛାୟା ଖେଳିଯାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସେ ପାରଳା ପୌର ପରିଷଦର ନଗରପାଳ ଭାବେ ସହରରେ ଉନ୍ନତମାନର କାର୍ଯ୍ୟ କରି ଲୋକଙ୍କ ପାଖରେ ଆଦରଣୀୟ ହୋଇ ପାରିଥିଲେ ।

ବର୍ତ୍ତମାନ ପାରଳା ବିଧାୟକ ଥିବା କେ.ନାରାୟଣ ରାଓଙ୍କ ଜଣେ ଘନିଷ୍ଠ ସହେଯାଗୀ ଥିଲେ । ତାଙ୍କ ବିୟୋଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ତାଙ୍କ ପାରିବର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ବିଜେପିର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ,ତାଙ୍କ ବିୟୋଗରେ ବିଜେପି ଦଳର ଅପୁରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି । ସେ ଜଣେ ଦୃଢ ସଂଗଠକ ଏବଂ ସକ୍ରୀୟ କର୍ମୀ ଥିଲେ ବୋଲି ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ପାରଳା ବିଧାୟକ କେ.ନାରାୟଣ ରାଓ,ବରିଷ୍ଠ ନେତା ଜମିଦାର ପଟ୍ଟନାୟକ,ସିଦ୍ଧେଶ୍ୱର ମିଶ୍ର,ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ଗଜପତି ଜିଲ୍ଲା ସାମ୍ବାଦିକ ସଂଘ (ଏସ ୟୁ ଜେ) ପକ୍ଷରୁ ସଭାପତିଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ରଶ୍ମୀରଞ୍ଜନ ମିଶ୍ର,ଗଣେଶ ରାଜୁ, ଶିଶିର ଗୌଡ,ଦେବାଶିଷ ପାଢୀ,ଦ୍ୱିଜେନ ପାଢୀ,ଜଗଦୀଶ ପଣ୍ଡା,ସରୋଜ ପାଣିଗ୍ରାହୀ, ବୀରକିଶୋର ପଟ୍ଟନାୟକ, ଶ୍ରୀକାନ୍ତ ମହାରଣା, ରୁପେଶ ସାହୁ,ଗୋବିନ୍ଦ ଆଚାର୍ଯ୍ୟ,ବାସୁଦେବ ଦାସ,ଆଦର୍ଶଦାସ,ସୁଜିତବିଶୋୟୀ, ଶୋରୋଜବୀର, ସୀତାନାଥ ପଣ୍ଡା,ଦିଲି ପକୁମାରଶତପଥୀ ,ଲୋକନାଥପଣ୍ଡା,ସନ୍ତୋଷ ପଟ୍ଟନାୟକ,ନାଗେଶ୍ୱର ମହାପାତ୍ର,ବିଜୟ ଗୌଡ, ଜିତେନ୍ଦ୍ର ବାରିକ,କୁଞ୍ଜବିହାରୀ ବଡକୁମlର, କ୍ରୀଷ୍ଣା ମୋହନ ପଟନାୟକ, କୃଷ୍ଣ କୁମାର ବେହେରା ଓସୁଜିତ୍ ପ୍ରଧାନ ପି ଅନିଲପ୍ରମୁଖ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । (ଗରୁଡ଼ ଧ୍ୱଜ ଚୌଧୁରୀ)