ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡି-୧୯ ହସ୍ପିଟାଲରେ ହେବ କରୋନା ଆକ୍ରାନ୍ତ ଙ୍କ ଚିକିତ୍ସା – ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ

ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ କୋଭିଡି-୧୯ ହସ୍ପିଟାଲରେ ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଆରମ୍ଭ ହେଲା କରୋନା ଆକ୍ରାନ୍ତ ଙ୍କ ଚିକିତ୍ସା । ଏଥିସହ ଜିଲ୍ଲା ରୁ ଆଉ ୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।

ଆଜି ଠାରୁ ନୟାଗଡ଼ ଜିଲ୍ଲା ରେ ଚାନ୍ଦପୁର ସ୍ଥିତ କୋଭିଡି-୧୯ ରୋଗୀ ର ଚିକିତ୍ସା ଆରମ୍ଭ କରାଯିବ । ଆଜି ଉପଜିଲ୍ଲାପାଳ ଙ୍କ ଠାରୁ ପ୍ରକାଶ ଯେ ଅନ୍ୟାଦେଶ ପର୍ଯ୍ୟନ୍ତ କରୋନା ଭୟାବହତା ଦୃଷ୍ଟି ରୁ ନୟାଗଡ଼-ଗଞ୍ଜାମ ସୀମା କୁ ସିଲ କରି ଦିଆଗଲା । (ରିପୋର୍ଟ – ରାମ କୃଷ୍ଣ ରଥ)