No Result
View All Result
୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ଆହୁରି ଲୋକଙ୍କ ନିକଟତର ହେବ ବିଜୁ ଜନତା ଦଳ। ତୃଣମୂଳସ୍ତରରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସାମାଜିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ଗାନ୍ଧୀ ଜୟନ୍ତୀଠାରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କ ନିର୍ଦ୍ଦେଶ ରେ ଓ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ ତତ୍ତ୍ୱାବଧାନରେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ବଳିଷ୍ଠ ନେତୃତ୍ୱରେ ମାଲକାନଗିରି ପୋୖର ପରିଷଦ ନଗର ଭବନରୁ ମାଲକାନଗିରି ସହରର ଦୈନିକ ବଜାର ପର୍ଯ୍ୟନ୍ତ ବିଜୁ ଜନତା ଦଳ ଏକ ବିରାଟ ଶୋଭା ଯାତ୍ରାରେ ଜନ ସମ୍ପର୍କ ପଦ ଯାତ୍ରା କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।ଆଜି ପ୍ରଥମେ ପୋୖର ପରିଷଦ ର ନଗର ଭବନ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ,

ଏଥିରେ ଜାତିର ପିତା ମହାତ୍ମା ଗାନ୍ଧୀ,ଲାଲବହାଦୁର ସ୍ୱାସ୍ତ୍ରୀ ଓ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଳ ଓ ଦୀପ ପ୍ରଜଲନ କରି ଆଜିର ଜନ ସମ୍ପର୍କ ପଦ ଯାତ୍ରା ଆରମ୍ଭ କରାଯାଇଥିଲା । ଏଥିରେ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ ,ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ସଭାପତି ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃଶିହ ଚରଣ ମହାନ୍ତି ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ ,ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ ,

ଛାତ୍ର ସଭାପତି ତାପଶ ରଞ୍ଜନ ନାୟକ ,ପୋୖର ଉପାଧ୍ୟକ୍ଷା କବିତା ମହନ୍ତ ,ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ପଣ୍ଡା ,ତପନ ସାନା ,ଧନୁର୍ଜୟ ମାଡକାମୀ ,ଡ.କାମରାଜ କବାସି ,ଡନେଲ ପୋଟଲା ,ମହିଳା ନେତ୍ରୀ ସୁକାନ୍ତି ବୁରୁଦା ,ଦାହନା ତାଙ୍ଗୁଲ ,ବାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି ,ଯୁବ ଉପ ସଭାପତି କଣ୍ଟେଶ ପଟଲା ,ଯୁବ ସମ୍ପାଦକ ବସନ୍ତ ନାୟକ ସମସ୍ତ ଜିଲ୍ଲା ପରିଷଦ ସଭ୍ୟା ସଭ୍ୟ ,ସମସ୍ତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ,ସମସ୍ତ ଜୋନ୍ ସଂଯୋଜକ ,ସମସ୍ତ ଜୋନ୍ ସଭାପତି ,ସମସ୍ତ ବ୍ଲକ ସଭାପତି ,ସମସ୍ତ ଯୁବ ଛାତ୍ର ମହିଳା ଜନତା ଦଳ ର ସକ୍ରିୟ ବିଜେଡି କର୍ମକାର୍ତ୍ତା,ପଞ୍ଚାୟତ ଓ ପୌର ନିର୍ବାଚିତ ଜନପ୍ରତିନିଧି ପ୍ରଭୃତି ବିଭିନ୍ନ ଛାମୁଆ ସଂଗଠନ ଓ କର୍ମକାର୍ତ୍ତା ଯୋଗ ଦେଇଥିଲେ ।

No Result
View All Result