No Result
View All Result
୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ କାଲଦାପାଲ୍ଲୀ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ଆଜି ଆୟୁଷ୍ମାନ ସଭା ପାଳିତ ହୋଇଯାଇଛି । ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ଷ୍ଟିପର ରାଇତାଙ୍କ ନିଦ୍ଧେର୍ଶ କ୍ରମେ ସମସ୍ତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କାଲଦାପାଲ୍ଲୀ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତରଫରୁ ପ୍ରଥମେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ସଫେଇ କରାଯାଇଥିଲା । ପରେ ସଭାଗୃହରେ ଏକ ବିରାଟ ସଭାର ଆୟୋଜିତ କରାଯାଇଥିଲା ।
ଏଥିରେ ପଡ଼ିଆ ବ୍ଲକର ଜିପିଇଓ କାର୍ତ୍ତିକ ନାୟକ, ପିଇଓ, ଜିଆରଏସ୍ , ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି, ଅଙ୍ଗନବାଡ଼ିକର୍ମୀ ଓ ଆଶାକର୍ମୀ ଉପସ୍ଥିତ ଥିଲେ । ସଭାରେ ଆଭା ଆଇଡି ଖୋଲିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେବା ସହ ଅଣସକ୍ରାମକ ଯାଞ୍ଚ, ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନି ଜ୍ଵର, ଯକ୍ଷ୍ମା ଓ କୃଷ୍ଠ ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ୩୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା ।
ଏହି ସଭାରେ ମୋଟ ୧୪୩ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ୭୮ ଜଣଙ୍କର ଆଇଡି ଖୋଲାଯାଇଥିଲା । ଆଜିର କାର୍ଯ୍ୟକ୍ରମକୁ ସୁପରଭାଇଜର ବିଜୟ କୁମାର ନାୟକ ପରିଚାଳନା କରିଥିବା ବେଳେ ଏଏନ୍ଏମ ସୁଶିଲା ମୁଖୀ ସହଯୋଗ କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍ ମହାନନ୍ଦମିସ୍ତ୍ରୀ , ପିଏଚ୍ଇଓ ନବୀନ ଚନ୍ଦ୍ର ସମରଥ ସମସ୍ତ କେନ୍ଦ୍ର ପରିଦର୍ଶନ କରି ତଦାରଖ କରିଥିଲେ ।
No Result
View All Result