No Result
View All Result
୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଗାନ୍ଧି ଜୟନ୍ତୀରୁ ଜନ ସଂପର୍କ ଯାତ୍ରା କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରୁ ଆରମ୍ଭ କରି ଗୋପାଳ ଜୀୟୁ ମନ୍ଦିର ଠାରେ ଶେଷ କରିଥିଲେ । ପ୍ରଥମେ ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିସାରି ଜନସଂପର୍କ ଯାତ୍ରାରେ ଯୋଗଦେଇ ଥିଲେ ।
ପୂର୍ବତନ କର୍ପୋରେଟର କୌଶିକ୍ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଜନସଂପର୍କ ଯାତ୍ରାରେ କଟକ ନଗର ବିଜେଡି ସଂପାଦକ ଶିବାନୀ ଜେନା , ନଗର ବିଜେଡ଼ି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ୱାର୍ଡ ବିଜେଡି ସଭାପତି ବିକ୍ରମ ଶତପଥୀ, ୫୭ ନମ୍ବର ୱାର୍ଡର କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ , ପ୍ରମୁଖ ବିଜେଡିର ବହୁ କର୍ମୀ ଜନ ସଂପର୍କ ଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ବିଧାୟକ ଶ୍ରୀ ବେହେରା ଉପସ୍ଥିତ କର୍ମୀ ମାନଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଜନ ହିତକାରୀ ବିଭିନ୍ନ ଯୋଜନା ସଂପର୍କରେ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ ।
No Result
View All Result