୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର କଂଗ୍ରେସ ଦଳ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ରଣପୁର ସ୍ଥିତ ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବକଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ,ଏହି ଉପଲକ୍ଷେ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇ,

ରଘୁଦିବାକର ମଣ୍ଡପ ଠାରେ ସହିଦ ରଘୁଦିବାକର ଓ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉତ୍ସବରେ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ଯୋଗଦେଇ ଜାତିରପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପୂଜ୍ୟ ବାପୁଜିଙ୍କ ସତ୍ୟ,

ଅଂହିସା, ଓ ଶାନ୍ତିର ଆଦର୍ଶରେ ଅନୁପ୍ରାଣିତ ହେବା ସହ ନିଶାମୁକ୍ତ ରଣପୁର ଗଠନ କରିବାରେ ଯୁବସମାଜ ଅନୁପ୍ରାଣିତ ହେବାପାଇଁ ଆହ୍ୱାନ ଦେଇଥିଲେ . ଏହି କାର୍ଯ୍ୟକ୍ରମରେ କିଷାନ ସେଲ ଧ୍ରୁବଚରଣ ପରିଡା,ରଣପୁର ଓକିଲ ସଂଘ ସତ୍ୟରଞ୍ଜନ ମତ୍ତା,

ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଭୁତି କୁମାର ଜେନା, ବାଳକୃଷ୍ଣ ଷଡ଼ଙ୍ଗୀ, ମିର ଅବୁବକର ସିଦ୍ଧିକ,କୃପାସିନ୍ଧୁ ବେହେରା ସୁରେଶ୍ ଚନ୍ଦ୍ର ମହାରଣା,ସାରଧାପ୍ରଶ୍ନ ସୁବୁଦ୍ଧି,ଅନିଲ ପରିଡା,କୁମର ମାଝୀ, ସନ୍ତୋଷ ସ୍ୱାଇଁ, ନାରାୟଣ ପୃଷ୍ଟି,ଦିଲୀପ ମଲିକ ପ୍ରମୁଖ ସଂଗେ ଶତାଧିକ ଯୁବକଂଗ୍ରେସ କାର୍ଯ୍ୟକର୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ .














