ନୀଳଗିରି ବିଧାୟକ ଆକ୍ରାନ୍ତ ହେବା ପରେ ଏବେ ସାଲେପୁର ବିଧାୟକ କରୋନାରେ ସଂକ୍ରମିତ ହୋଇଛନ୍ତି

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ବୁଧବାର ) କଟକ ଜିଲ୍ଲା ସାଲେପୁର :- ନୀଳଗିରି ବିଧାୟକ କରୋନାରେ ଆକ୍ରାନ୍ତ ହେବା ପରେ ଏବେ କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ସଂକ୍ରମିତ ହୋଇ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତି ହୋଇଛନ୍ତି, ତାଙ୍କ ସହିତ ତାଙ୍କ ପିଏସ୍‌ଓ ଏବଂ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେ‌ହେରା କରୋନାରେ ଆକ୍ରାନ୍ତ ପ୍ରଶାସନର ମୁଣ୍ଡବିନ୍ଧା କାରଣ ହୋଇଛି, ମିଳିଥିବା ସୂଚନା ଅନୁସାରେ ଶ୍ରୀ ବେହେରା ବିଭିନ୍ନ ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ଟାଙ୍ଗୀ-ସାଲେପୁର ଅଂଚଳର କର୍ମୀ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ।

ସେ ଗତ କିଛିଦିନ ପୂର୍ବେ ପିକୋଳ ପଂଚାୟତରେ ଭୋଜି ଭାତରେ ଯୋଗଦେଇଥିଲେ, ଏଥିସହ ଗତମାସରେ ‘ଲକ୍ଷ୍ମୀ’ ଯୋଜନା କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି ତାଙ୍କ ସହ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ବିଧାୟକଙ୍କ ପିଏସ୍‌ଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଂଚଳରେ ହୋଇଥିବାରୁ ସ୍ଥାନୀୟ ଅଂଚଳରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ସେହିଭଳି, ତାଙ୍କ ଡ୍ରାଇଭର୍‌ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବାବେଳେ ବିଧାୟକଙ୍କ ସମେତ ଅନ୍ୟ ୨ ଜଣଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)