x ରଣପୁର ଏନଏସିରେ ସ୍ୱଚ୍ଛତା ଦିବସ ନାରେ ଚଲୁ
x ରଣପୁର ଏନଏସିରେ ସଫା ଜାଗାରେ ଝାଡ଼ୁମାରି ସରକାରଙ୍କୁ ଦେଖାଇଲେ ଦିନବେଳେ ଲଣ୍ଠନ .
x ପ୍ରଚାର ସର୍ବସ୍ୱ ସ୍ୱଚ୍ଛତା ଦିବସ ପାଳନ ସାହି ଗଳିକନ୍ଦି ରେ କୁଢକୁଢ ଆବର୍ଜନା ; ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ –
x ରାଜସୁନାଖଳା ରେ ସମସ୍ୟା ଦ୍ୱିଗୁଣିତ-ଆବର୍ଜନା ପରିଚାଳନା ନିୟମ କାମ ରେ ଆସୁନି .
୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ସରକାର ଙ୍କ ନିର୍ଦେଶକ୍ରମେ ଚଳିତ ମାସ ୧ ତାରିଖ କୁ ସ୍ୱଚ୍ଛତା ଦିବସ ଭାବେ ଗ୍ରହଣ କରି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ଏହାକୁ ପାଳନ କରାଯାଇଛି । ତେବେ ଏହି ସ୍ୱଚ୍ଛତା ଦିବସ ପାଳନ ର ମୁଳ ଲକ୍ଷ୍ୟ ଓ ଉଦେଶ୍ୟ ବାସ୍ତବତାଠାରୁ ବହୁ ଦୁରରେ ବୋଲି ରଣପୁର ରେ ପ୍ରମାଣିତ ହୋଇଛି । ପରିବେଶ କୁ ପରିସ୍କାର ରଖିଲେ ଶରୀର ସୁସ୍ଥ ରହିବ ବୋଲି ସରକାର ପ୍ରଚାର କରୁଥିଲେ.

ମଧ୍ୟ ନୟାଗଡ ଜିଲ୍ଲା ରଣପୁର ଏନଏସି ସମେତ ବ୍ଲକ ର ବିଭିନ୍ନ ବଜାର ଓ ପଚାଂୟତ ରେ ଅବସ୍ଥିତ ସାହି , ଗଳି କନ୍ଦି ରେ କୁଢକୁଢ ଆବର୍ଜନା ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି । ରବିବାର ସକାଳ ୧୦ ଟାରୁ ବିଭିନ୍ନ ରାଜନୈତିକ ଦଳ ହାତରେ ଝାଡୁଧରି ସ୍ୱଚ୍ଛତା ପକ୍ଷ ପାଳନ କରୁଥିବା ଦେଖିବାକୁ ମିଳିଛି । ହେଲେ ବାସ୍ତବ ରେ ଅଳିଆ , ଆବର୍ଜନା ସଫା କରିବା ଦିଗରେ କୌଣସି ପ୍ରତିକାର କରାଯାଉନଥିବାରୁ ବିଭିନ୍ନ ମାରାତ୍ମକ ରୋଗ ର ସଂକ୍ରମଣ ବଢିବାରେ ଲାଗିଛି ।

ଫଳରେ ରବିବାର ପାଳିତ ହୋଇଥିବା ସ୍ୱଚ୍ଛତା ଦିବସ କେବଳ ପ୍ରଚାର ସର୍ବସ୍ୱ ବୋଲି ଆଲୋଚନା ହୋଇଛି । ରଣପୁର ଏନଏସି ର ପ୍ରେସଗଳି ରେ ଅଳିଆ ଓ ଆବର୍ଜନା ସବୁସମୟରେ ଗଚ୍ଛିତ ହୋଇ ରହୁଥିବାବେଳେ ୱାର୍ଡ 12, 10, 4, 8,9,11,5,1,2, ଜଗନ୍ନାଥ ମନ୍ଦିର ଚତଃପାଶ୍ୱର୍ ସମେତ ପ୍ରତି ସାହି ଗଳି କନ୍ଦିରେ କୁଢକୁଢ ଆବର୍ଜନା ପଡିରହୁଛି । ପ୍ରତି ସାହି ର ଘରମାନଙ୍କରୁ ଏନଏସି ର ଆବର୍ଜନା ଗାଡି ବୁଲି ଅଳିଆ ସଂଗ୍ରହ କରିବାର ନିୟମ ରହିଥିଲେ ମଧ୍ୟ ଏହା ହେଉନଥିବା ଅଋଭିଯୋଗ ହୋଇଛି ।

ଡ୍ରେନ ଗୁଡିକୃୁ ନିର୍ଦାରିତ ସମୟ ବ୍ୟବଧାନ ରେ ସଫା କରିବାର ନିୟମ ରହିଥିଲେ ମଧ୍ୟ ଏହା ହେଉନି । ମେଲେରିଆ, ଡେଙ୍ଗୁ ଜନିତ ରୋଗ ର ବାହକ ଙ୍କୁ ଘଉଡାଇବା ନିମନ୍ତେ ଏନଏସି ତରଫରୁ ବ୍ୟବସ୍ଥା କରାଯାଉନି । ଫଳରେ ପରିବେଶ ପୁତିଗନ୍ଧମୟ ହୋଇ ରହୁଛି । ନରେନ୍ଦ୍ର ପୋଖରୀ ଚତଃୁପାଶ୍ୱର୍ ଅବର୍ଜନାମୟ ହୋଇ ପଡିରହିଛି । ସେହିଭଳି ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ର ମଧ୍ୟଭାଗ ରେ ଅବସ୍ଥିତ ରାଜସୁନାଖଳା ବଜାର ର ପ୍ରତି ସାହି ମୁଣ୍ଡ ରେ ଗଦା ହୋଇ ରହିଛି ପାହାଡ ଭଳି ଆବର୍ଜନା ।

ନିୟମ ମୁତାବକ ଏନଏସି ଅଂଚଳ ରେ ପରିବେଶ କୁ ସୁସ୍ଥ ରଖିବା ନିମନ୍ତେ ଯେପରି ଏନଏସି ତରଫରୁ ଆବର୍ଜନା କୁ ସଫା କରାଯାଇଥାଏ ସେହିପରି ପଚାଂୟତ ଅଂଚଳ ରେ ଆବର୍ଜନା ଅଳିଆ କୁ ସଫା କରିବା ହେଉଛି ପଚାଂୟତ ର ଦାୟିତ୍ୱ । ପରିବେଶ ନିୟମାନୁସାରେ , ନିର୍ଦଷ୍ଟ ଅଂଚଳ ରେ ଆବର୍ଜନା କାରଣ ରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଲେ ସଂପୃକ୍ତ ପଚାଂୟତ ର ମୁଖ୍ୟ ଏଦିଗରେ ଉତରଦାୟିତ୍ୱ ରହିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିୟମ ରହିଛି ।

ତେବେ ଏହି ନିୟମ ରାଜସୁନାଖଳା ପଚାଂୟତ ରେ ସଂପୁର୍ଣ୍ଣ ଫେଲ ମାରିଥିବା ଜଣାପଡିଛି । ପ୍ରତି ସାହି ର ଜନସାଧାରଣ ଏଣେତେଣେ ଆବର୍ଜନା ଫୋପାଡି ପରିବେଶ କୁ କର୍ଦମାକ୍ତ କରି ଚାଲିଛନ୍ତି । ଏହି ଅଳିଆ ଆବର୍ଜନା କୁ ବୁଲା ଗାଇ ଗୋରୁ ଖାଦ୍ୟ ଭାବେ ନେଇ ରୋଗ ରେ ଆକ୍ରାନ୍ତ ହେଉଥିବବେଳେ ଉକ୍ତ ଆବର୍ଜନା ସ୍ଥାନ ସଂକ୍ରାମକ ରୋଗ ର ଉତ୍ପତିସ୍ଥଳ ପାଲଟିଛି । ରାସ୍ତାକଡ ରେ ଏଭଳି କୁଢକୁଢ ଆବର୍ଜନା ପଡି ରହିବା କାରଣ ରୁ ରାସ୍ତା ରେ ଯାଉଥିବା ଯାତ୍ରୀ ନାକ ଟେକୁଛନ୍ତି ।

ପ୍ରତି ପଚାଂୟତ ଅଂଚଳ ରେ ଆବର୍ଜନା ପରିଚାଳନା ସହ ରାସ୍ତାଘାଟ ର ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ରହିଛି ସେମାନେ ଏହାର ସଦୁପଯୋଗ କରୁନଥିବାରୁ କେତେକସ୍ଥାନ ରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛି । ଜନସାଧାରଣ ଙ୍କ ବୃହତର ସ୍ୱାର୍ଥ ସମେତ ଉତମ ସ୍ୱାସ୍ଥ୍ୟ ଓ ଉତମ ପରିବେଶ କୁ ଦୃଷ୍ଟି ରେ ରଖି ବିଭାଗୀୟ କତୃପକ୍ଷ ଏଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲ ରେ ମତ ପ୍ରକାଶ ପାଇଛି । ବିଭିନ୍ନ ମହଲରେ ପ୍ରତିକ୍ରିୟା ଏନଏସି ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଜଣାଇଛନ୍ତି ଯେ ,
ମୁଁ ରବିବାର ବଜାର ସମେତ କେତେକ ସାହି ବୁଲିଛି ସବୁଜାଗାରେ ମଇଳା ସଫା କରାଯାଇଛି । ଯଦି କେଉଁଠି ସଫା ହୋଇନଥିବ ତେବେ ଏହାକୁ ସଫା କରିବା ନିମନ୍ତେ ମୁଁ ଆମର ସଫେଇ କର୍ମଚାରୀ ଙ୍କୁ କହିବି ବୋଲି କହିଛନ୍ତି । ସେହିଭଳି ନିର୍ଦାରିତ ସମୟ ବ୍ୟବଧାନ ରେ ଡ୍ରେନ ସଫା କରିବାର ନିୟମ ରହିଛି ଏହାକୁ ଖୁବଶୀଘ୍ର କରାଯିବ ଏବଂ ନାଳନର୍ଦମା ରେ ମଶା ମାଛି ଙ୍କ ସଂଖ୍ୟା ବଢୁଥିବାରୁ ଏ ନିମନ୍ତେ ମେସିନ କିଣାଯାଇ ରାସାୟନିକ ସିଂଚନ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ।



















