No Result
View All Result
୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ‘ ସ୍ୱଚ୍ଛତା ହିଁ ସେବା କାର୍ୟ୍ଯ କ୍ରମ । ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଝାଡପଡା ଗ୍ରାମ ରେ ବରିଷ୍ଠ ନାଗରିକ ମାନଙ୍କ ଦ୍ବାରା ତା୦୧। ୧୦। ୨୦୨୩ରିଖ ରବିବାର ଦିନ ବରିଷ୍ଠ ନାଗରିକ ଦିବସ ରେ ପ୍ରଧାନମନ୍ତ୍ରୀ ମୋଦୀଜୀ ଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଏକ ସେବା କାର୍ୟ୍ଯ କ୍ରମ କରାଯାଇ ଥିଲା ।ଜାତିର ଜନକ ପୂଜ୍ୟ ପିତା ମହାତ୍ମା ଗାନ୍ଧୀ ଙ୍କର ପ୍ରୀୟ ରାମଧୂନ ଗାନ କରାଯାଇ ପ୍ରାତଃ ସମୟରେ ଗ୍ରାମ ପରିକ୍ରମା କରାଯାଇ ଥିଲା । ପରେ ପରେ ଗ୍ରାମ ର ସମସ୍ତ ଗଳିକନ୍ଦି ସ୍କୁଲ ପରିସର, ଦେବାଳୟ ରାସ୍ତା ଘାଟକୁ ସଫା କରାଯାଇ ଥିଲା ।
ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବ ରେ ଏହି କାର୍ୟ୍ଯ କ୍ରମ କରାଯାଇ ଥିଲା । ଏଥିରେ ଉପେନ୍ଦ୍ର ରାଉତ, ମାଧବ ରାଉତ, ଲକ୍ଷ୍ମୀ ଧର ପରିଡା, ଦୁଖୀଶାମ ରାଉତ, ଦଣ୍ଡପାଣି ପାଣି ଜେନା, ପାଣୁ ନାୟକ, ରଙ୍କନାଥ ରାଉତ , କଣ୍ଡୁରୀ ନାୟକ ଙ୍କ ସହିତ ପ୍ରମୁଖ ସାମ୍ବାଦିକ ଅଜୟ କୁମାର ସେଠୀ ମନ୍ଧ୍ଯ ଏହି ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ଥିବା ବେଳେ ଏହା ସହିତ ଗ୍ରାମ ର ବରିଷ୍ଠ ନାଗରିକ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ପରିଶେଷରେ ଆମ ଅଞ୍ଚଳର ସମସ୍ତ ଖବରକୁ ଵିଭିନ୍ନ ଖବରକାଗଜ ରେ ସୁନ୍ଦର ଭାବରେ ଉପସ୍ଥାପନ କରି ଅଞ୍ଚଳର ଗୌରବ ବଢାଉଥିବା ସାମ୍ବାଦିକ ଶ୍ରୀଯୁକ୍ତ ଅଜୟ କୁମାର ସେଠୀଙ୍କୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା ।

No Result
View All Result