୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ରାତି ହେଲେ ମାହାଙ୍ଗାରେ ବୁଲୁଛନ୍ତି ଚୋର | କବାଟ ଭାଙ୍ଗୁଛନ୍ତି ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି | ଆଜ୍ଞା ହଁ କଟକ ଜିଲ୍ଲା ମାହାଙ୍ଗା ଥାନା ଚାହାପଡ଼ା ଗ୍ରାମର ତାପସ ଦାସ ଙ୍କ ଘରୁ କବାଟ ଭାଙ୍ଗି ଡକାୟତୀ । ଗ୍ରାମରେ ଗଣେଶ ଭସାଣି ଡିଯେ ବାଜୁ ଥିବା ସମୟରେ ଡକାୟତ ମାନେ ଘର୍ କବାଟ ଭାଙ୍ଗି ଘରେପଶି ଚାରିଟି ଗଡ୍ରେଜ ଭାଙ୍ଗି ସୁନା ରୂପା ପିତଳ ବାସନ ଓ ଆସବାବ ପତର ଲୁଟିନେଇଛନ୍ତି ।

ତାପସ ଦାସ ଘର୍ ତାଲା ପକାଇ ଛଅ ଦିନ ହେଲା ବାହାରକୁ ଯାଇଥିଲେ। ଏହାର ସୁଜଗ ନେଇ ଡକାୟତ ମାନେ ଘରୁ ପ୍ରାୟ ଲକ୍ଷାଧିକ ଟଙ୍କା ଲୁଟ କରିଚନ୍ତି । ଏହାପରେ ମାହାଙ୍ଗା ଥାନାରେ ଅଭିଯୋଗ ପରେ ଆଜି ଘଟଣା ସ୍ତଳରେ ସନ୍ଧାନି କୁକୁରଦଳ ଶହ ସାଇଣ୍ଟିଫିକ ଟିମ୍ ଓ ମାହାଙ୍ଗା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ଏଠାରେ ପ୍ରକାଶ ଥାଉକି ସମାନ ଢ଼ଙ୍ଗରେ ଦୁଇ ଦୁଇଟି ଡକାୟତି ହୋଇଛି। ଏପଟେ ପ୍ରାଥମିକ ତଦନ୍ତରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତିଥିବା ପୋଲିସ ସନ୍ଦେହ କରୁଛି।
















