୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଜିଆ ଗ୍ରାମ ଠାରେ ରୋହିଣି କ୍ଲବ ତରଫରୁ ଆୟୋଜିତ ହୋଇଥିବା ୧୩ତମ ଚକ୍ରଧର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇ ଥିଲେ,

ସମ୍ମାନୀତ ଅତିଥି ଭାବରେ ବଡବିଲ ପୌରପାଳିକାର ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,ବିଜୁ ଜନତା ଦଳ ଜିଲ୍ଲା ସଂପାଦକ ଲଛମନ ମହାନ୍ତ,ଚମ୍ପୁଆ ବିଜୁ ଜନତା ଦଳର ବ୍ଲକ ସଭାପତି ଅଶୋକ ମହାନ୍ତ,ଯୋଡା ବ୍ଲକ ବିଜୁ ଛାତ୍ରଜନତା ଦଳ ସଭାପତି ଯୁଧିଷ୍ଟିର ପଲେଇ,

ବିଜୁ ଜନତା ଦଳର ହଜାର ହଜାର କର୍ମୀ ଏବଂ ଚମ୍ପୁଆ ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ ଶତାଧିକ ଦର୍ଶକ ଉପସ୍ଥିତ ଥିଲେ l ଏହି ଟୁର୍ନାମେଣ୍ଟର ଫାଇନାଲ ଖେଳରେ ‘Kandra FC’ ବିଜୟ ଲାଭ କରିଥିବା ବେଳେ Dynamic Sialijoda’ ଦଳ ଦ୍ବିତୀୟ ସ୍ଥାନରେ ରୋହିଥିଲା ।















