ଓଡିଶା ତାଜା ନ୍ୟୁଜ୍,ରିପୋର୍ଟ/ଅଭିମନ୍ୟୁ ମହାରଣା (୦୭ ଜୁଲାଇ ମଙ୍ଗଳବାର) ରଣପୁର :- ରଣପୁରରେ ବନ ମହୋତ୍ସବ ଅନୁଷ୍ଠିତ ରଣପୁର ଏନଏସି ରେ ତଳ ମା’ମଣିନାଗ ପୀଠ ଠାରେ ଆଜି ସ୍ଥାନୀୟ ବନବିଭାଗ ତରଫରୁ ୭୧ ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଛକ ଠାରୁ ମଣିନାଗ ରାସ୍ତାରେ ବନ ବିଭାଗ ତରଫରୁ ପରିବେଶ ସନ୍ତୁଳନ ସୌନ୍ଦର୍ଯ୍ୟକରଣ ପାଈଁ ବୃକ୍ଷରୋପଣ କରାଯାଇଥିଲା ।
ସ୍କୁଲ ଛକ ଠାରୁ ତଳ ମଣିନାଗ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ହେଇଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଆଜି ଜାମୁ , କଦମ୍ବ , ଶିଶୁ , ଲିମ୍ବ ଆଦି ୫୦ ଟି ମୂଲ୍ୟବାନ ଗଛ ପାରମ୍ଭିକ ପର୍ଯ୍ୟୟରେ ଲଗାଯାଇଛି । ଏହି ଅବସରରେ ଆଜିର ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ , ଖୋର୍ଦ୍ଧା ଏସସିଏଫ ରବିନ୍ଦ୍ର ମହାପାତ୍ର , ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ,ସୁରେଶ ମିଶ୍ର , ରେଞର ଶରତ ଚନ୍ଦ୍ର ଶତପଥୀ , ଗୋପାଳପୁର ଫରେଷ୍ଟର ବିଚିତ୍ରା ନନ୍ଦ ବେହେରା , ଦୀପିକା ରାଣୀ ସିଂ , ପ୍ରଭାତ ଦଳବେହେରା , ପୂର୍ଣ୍ଣ ଚନ୍ଦ୍ର ସିଂଦେଓ ,ଭଲେଣ୍ଟର କୈଳାସ ଚନ୍ଦ୍ର ରଥ , ପ୍ରମୁଖ ଉପସ୍ଥିତ ରହି ମଣିନାଗ ମନ୍ଦିର ପରିସରର ଚର୍ତୁପାର୍ଶ୍ୱ ରେ ବିଭିନ୍ନ ବୃକ୍ଷ ର ଚାରା ରୋପଣ କରିଥିଲେ ।
ଆଗାମୀ ଦିନରେ ଆହୁରି ଗଛ ଲଗାଯାଇ ରାସ୍ତାର ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି ରେଞ୍ଜର ଶରତ ଚନ୍ଦ୍ର ଶତପଥୀ ମତ ଦେଇଥିଲେ । ଆଜି ଉପସ୍ଥିତ ସମସ୍ତ ଅତିଥି ବୃକ୍ଷ ରୋପଣ କରିଥିଲେ । “ବୃକ୍ଷ ହିଁ ଜୀବନ”ଶୀର୍ଷକ ସଚେତନତା ସ୍ଲୋଗାନରେ ବୃକ୍ଷ ବିନା ପରିବେଶ ସନ୍ତୁଳନ ଅସମ୍ଭବ ହେବା ସହ ଆବଶ୍ୟକ ପରିମାଣର ବୃଷ୍ଟିପାତ ହେବ ନାହିଁ ବୋଲି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଆଲୋକପାତ କରିଥିଲେ ।