୨୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଭବାଃ ଯୋଜନାରେ ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡ ଡା ସତ୍ୟ ରଂଜନ ନନ୍ଦ ରିବନ କାଟି ସ୍ୱାସ୍ଥ୍ୟ ମେଳାକୁ ଉଦ୍ ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମେଡ଼ିସିନ,
ଶିଶୁ ରୋଗ, ଚକ୍ଷୁ, ଗଳା, କର୍ଣ୍ଣ,ଯକ୍ଷ୍ମା, ଟିବି, ଲେପ୍ରସୀ, ରୋଗ ର ବରିଷ୍ଠ ଡାକ୍ତର ମାନେ ଯୋଗ ଦେଇ ରୋଗୀ ମାନଙ୍କୁ ଚିକିତ୍ସା କରିଛନ୍ତି । ଏହା ସହ ବିଭିନ୍ନ ରୋଗ ର ପରୀକ୍ଷା ନିରୀକ୍ଷା ମଧ୍ୟ ଉପଲବ୍ଧ ରହିଥିଲା । ତେଣୁ ଟାଙ୍ଗୀ ବ୍ଳକ ଓ ଆଖି ପାଖ ଅଞ୍ଚଳର ବହୁ ଜନସାଧାରଣ ଏହି ସ୍ୱାସ୍ଥ୍ୟ ମେଳା ରେ ଚିକିତ୍ସାର ଲାଭ ଉଠାଇଛନ୍ତି ।