No Result
View All Result

୨୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ଓଡିଶା ସରକାରଙ୍କ ସାଇବର ସୁରକ୍ଷା-୨0୨୩ ଅଭିଯାନ ପରିପ୍ରେକ୍ଷୀରେ ଗୁରବାର ଅପରାହ୍ନରେ ଜିଲ୍ଲା ଏସପିଙ୍କ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସମ୍ପର୍କିତ ମାସ୍କଟ ଏବଂ ଲୋଗୋକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ସମେତ ଏସପି ରାହୁଲ ଜୈନ, ଅତିରିକ୍ତ ଏସପି ସନାତନ କାଲୋ, ସୁବାସ ପଣ୍ଡା ପ୍ରମୁଖ ଉନ୍ମୋଚନ କରିଥିଲେ |

ଜିଲ୍ଲା ଏସପି ମୁଖ୍ୟାଳୟ ଡ଼ିଏସ୍ପି ହେମନ୍ତ ରାଓଙ୍କ ପରିଚାଳନାରେ ଅନୁଷ୍ଠିତ ସଚେତନତା ସଭାରେ ସାଇବର ଠକଙ୍କୁ ଧରିବା ପାଇଁ ଏହି ପ୍ରୟାସ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିବା ବେଳେ ଏହି ସଚେତତା କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିବା ସହ ଏହା ସାଇବର ଠକଙ୍କୁ ଧରିବା ପାଇଁ ବେଶ ସହାୟକ ହେବ ବୋଲି ପ୍ରକାଶ କରିଥିଲେ |

ତେବେ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିବା ଅନ୍ୟତମ ଡ଼ିଏସପି ସୁକାନ୍ତ ପାତ୍ର ଏହି ସଚେତନତା ସମ୍ପର୍କରେ ଏକ ଗଳ୍ପର ଅବତାରଣା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହୋଇଥିଲା| ଡିଆଇବି ଡିଏସପି, ନୟାଗଡ ଏସଡିପିଓ ସ୍ନେହାଶିଷ ସାହୁ, ଟାଉନ ଥାନା ଆଇଆଇସି ଦିଗବିଜୟ ବିଶ୍ୱାଳ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ପୋଲିସ ଅଧିକାରୀ, କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ |


No Result
View All Result