No Result
View All Result
୨୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଫୁଲବାଣୀ :-> କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଅଡାବାଡ଼ି ଶାଳବଣ ଠାରେ ଜାଗ୍ରତ କନ୍ଧମାଳ ଓଡିଶା ସାମାଜିକ ସଂଗଠନର ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇ ଥିଲା l ସଂଘର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ l ସଂଗଠନର ପାଞ୍ଚ ବର୍ଷ ପୂର୍ତ୍ତି ହୋଇଯାଇଥିବାରୁ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ସଭାପତି ପଦରୁ ଅବ୍ୟାହତ ନେବାକୁ ଅନୁରୋଧ କରିଥିଲେ l ସଭାପତିଙ୍କ ଅନୁରୋଧ ଏବଂ ସଂଗଠନ ପରିଷଦର ଆଲୋଚନା କ୍ରମେ ଆଗାମୀ ପାଞ୍ଚ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ରୂପେ ଅରୁଣ ନାୟକଙ୍କୁ ମନୋନୀତ କରାଯାଇ ଥିବା ବେଳେ ସମ୍ପାଦକ ଭାବେ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ପୁଣି ଥରେ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି l

ସେହିପରି ଉପ ସଭାପତି ଭାବେ ପ୍ରେମାନନ୍ଦ ମାଝୀ, ସହ ସମ୍ପାଦକ ଭାବେ ଡ଼ଃ ସୋମନାଥ ବାଘ , କୋଷାଧକ୍ଷ ଭାବେ ମେନକା ଆର୍ଦଲି, ଅନୁସୂଚିତ ଜନଜାତିର ସଂଗଠନ ସଭାପତି ରୂପେ କାଳିଦାସ ପ୍ରଧାନ, ପଛୁଆ ବର୍ଗ ସଂଗଠନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସଂଯୋଜକ ଭାବେ ବିପ୍ର ବର ସ୍ୱାଇଁ, ସହଦେବ ପାତ୍ର, ଅନୁସୂଚିତ ଜାତି ପାଇଁ ହୃଷି କେଶ୍ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶୁକାନ୍ତି ବେହେରା, ଉମା ଚରଣ ମୁଖୀଙ୍କୁ ସର୍ବ୍ ସମ୍ମତି କ୍ରମେ ଗ୍ରହଣ କରାଗଲା l ଏଥି ସହିତ ସଂଗଠନର ମୁଖ୍ୟ ଉପଦେଷ୍ଟା ଭାବେ ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ମନୋନୀତ କରାଯାଇଥିବା ବେଳେ ଶ୍ଵେତାବନ ପୂଜାରୀ, ହରିଶ୍ଚନ୍ଦ୍ର ମହାରଣା, ସୁନୀଲ କୁମାର ବିଶ୍ଵାଳ, ଡଃ ସୂର୍ଯ୍ୟ ନାରାୟଣ ବେହେରା, ଡଃ ସୋମନାଥ ବାଘ,ଅଙ୍ଗଦ ବେହେରା ପ୍ରମୁଖଙ୍କୁ ମନୋନୀତ କରାଯାଇଛି l ସେହିପରି ସଂଗଠନର ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି l

ନବ ନିର୍ବାଚିତ କର୍ମକର୍ତ୍ତା ମାନେ ସଙ୍ଗଠନକୁ ମଜଭୁତ କରିବାକୁ ହେଲେ ନିଜ ନିଜ ଭିତରେ ଭାଇଚାରା ବଜାୟ ରଖିବା ସହିତ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ପାଇଁ ସଂକଳ୍ପ କରିଥିଲେ l ସଂଗଠନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ବେହେରା ଆଗାମୀ ଦିନରେ ଜିଲ୍ଲାର କିଛି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବାକୁ ମଧ୍ଯ ଆଲୋଚନା କରିଥିଲେ l ଯେପରି ଜିଲ୍ଲାର ସମସ୍ତ ଡ଼ାକ୍ତର ଖାନାରେ ଖାଲିଥିବା ଡ଼ାକ୍ତର ପଦବୀ ଓ ସମସ୍ତ ବିଭାଗରେ ଖାଲିଥିବା ପଦବୀ ପୁରଣ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲ୍ଟ୍ରାସାଉଣ୍ଡ ଖୋଲାଯାଇଛି ସତ କିନ୍ତୁ ସମସ୍ତେ ତାହାର ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଡାକ୍ତର ମାନେ ରୋଗୀଙ୍କୁ ବାହାରକୁ ରେଫର୍ କରୁଛନ୍ତି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ଏ ସୁବିଧା ନ ପାଇପାରି ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ମେଡ଼ିକାଲ କଲେଜରେ କନ୍ଧମାଳ ଜିଲ୍ଲା ବାସିନ୍ଦା ।

ସମସ୍ତ ପଦବୀରେ ଓ ନାମ ଲେଖାରେ ୫୦% ସରକ୍ଷଣ କରାଯାଉ ।କନ୍ଧମାଳ ଜିଲ୍ଲାରେ ଖାଲି ଥିବା ପୋଲିସ୍ ଅଫିସର ଓ କନେଷ୍ଟବଳ ପଦବୀ ପୂରଣ ସହିତ ଆବଶ୍ୟକୀୟ ସ୍ଥାନରେ ଫାଣ୍ଡି ସ୍ଥାପନା କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ୍ ସଂଯୋଗ ଓ ଜିଲ୍ଲାରେ କାଗଜ କଳ ପ୍ରତିଷ୍ଠା । ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଓ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ , ନ୍ୟାୟଳୟ ପରିସରରେ ଭାରତରନ୍ ବାବା ସାହେବ ଡଃ.ବି. ଆର. ଆମ୍ବେଦକରଙ୍କ ପ୍ରତିମୁର୍ତ୍ତି ସ୍ଥାପନ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ତାଙ୍କ ଜୀବନିକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପ୍ରାର୍ଥନାରେ ସମ୍ବିଧାନର ମୁଖବନ୍ଦ ପାଠ କରାଯିବା ସହିତ ସମ୍ବିଧାନକୁ ପାଠ୍ୟକ୍ରମରେ ରଖାଯିବା ନିମନ୍ତେ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ ନିମନ୍ତେ ଯୋଜନା କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ l ଏଥି ସହିତ ପଛୁଆବର୍ଗଙ୍କ ପାଇଁ ୫୨% ସ୍ଥାନ ସରଂକ୍ଷଣ ବ୍ଯବସ୍ଥା ଥିଲେ ମଧ୍ଯ ତାହା କାର୍ଯ୍ୟକାରୀ କରାଯାଉ ନାହିଁ ତେଣୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା l

No Result
View All Result