No Result
View All Result
୨୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ୩ ଗୋଟି ପରୀକ୍ଷା କେନ୍ଦ୍ର ରେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ସୂଚନା ମୁତବକ ମାଧ୍ଯମିକ ଶିକ୍ଷା ପରିଷଦ ,ଓଡିଶା କଟକ ଅlନୁକୂଲ୍ୟରେ ସାରା ଓଡିଶାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି । ନୂଆଗାଁ ବ୍ଲକରେ ୩ଟି ସେଣ୍ଟର ମଧ୍ୟରେ ୧୬୩ରୁ ୧୪୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଅଛନ୍ତି । ନୂଆଗାଁ ଉଚ୍ଚ ବିଦ୍ୟାଳରେ ୪୮ ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଲେ ୩୭ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ ।

ମହିପୁରର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ୭୩ ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଲେ ୬୭ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ। ଠିକ ସେହିପରି ବାହାଡଝୋଲା ଉଚ୍ଚ ବିଦ୍ୟାଳୟରେ ୪୨ଛାତ୍ର ଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଲେ ୪୧ ପରୀକ୍ଷାର୍ଥୀ ଉପସ୍ଥିତ ରହିଥିବା ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ଶାନ୍ତି ଶୃଙ୍ଖଳା ସହ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ସମାପନ ହୋଇଛି।

No Result
View All Result