No Result
View All Result
୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ଢିଅନଛିପୁର ଗ୍ରାମର ମା, ଜାଗୁଳାଇ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମଙ୍ଗଳବାର ସୁନିଆ ଅବସରରେ ମାଙ୍କ ମୃଣମୟୁ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା ଯାଇଥିଲା ।

ବାଜା ,ଘଣ୍ଟ ବଜାଇ ପୂଜା କମିଟିର କର୍ତ୍ତାମାନେ ସିଢୁଆ ନଦୀ କୂଳରେ ପହଞ୍ଚି ପୂଜାର୍ଚ୍ଚନା କରିସାରିବା ପରେ ମାଟି ଉଠାଇଥିଲେ । ଏହି ମାଟିକୁ ଗ୍ରାମ ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଅଣାଯାଇ ରଖାଯାଇଥିଲା । ଦୀର୍ଘ ୧୬ ବର୍ଷ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଢିଅନଛିପୁର ପୂଜା କମିଟି ପକ୍ଷରୁ କରାଯାଇ ଆସୁଛି ।

ପୂଜା କମିଟିର ସଭାପତି ମହେନ୍ଦ୍ର ବେହେରା, ସଂପାଦକ ପ୍ରଦୀପ ଦାସ, ଗ୍ରାମର ଅଧିକାରୀ ଫକୀର ଚରଣ ଦାସ,ରମାକାନ୍ତ ସାହୁ, କର୍ତ୍ତା ସୁକାନ୍ତ ବେହେରାଙ୍କ ସମେତ ଗ୍ରାମର ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


No Result
View All Result