• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦିଲ୍ଲୀର ବିକାଶପୁରୀଠାରେ ଶ୍ରୀ ଗଣେଶ ମହୋତ୍ସବ ସମାପ୍ତ

Proprietor Abhimanyu Maharana by Proprietor Abhimanyu Maharana
September 27, 2023
in ଓଡ଼ିଶା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
ଦିଲ୍ଲୀର ବିକାଶପୁରୀଠାରେ ଶ୍ରୀ ଗଣେଶ ମହୋତ୍ସବ ସମାପ୍ତ
Share on FacebookShare on TwitterWhatsapp

୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଦିଲ୍ଲୀ  :->  ଏଠାକାର ପଶ୍ଚିମଦିଲ୍ଲୀସ୍ଥିତ ବିକାଶ ପୁରୀ ଠାରେ ୨୩ତମ ବାର୍ଷିକ ଶ୍ରୀ ଗଣେଶ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି। ପୂଜା ଅବସରରେ ଠାକୁରଙ୍କର ମଣ୍ଡପକୁ ରଙ୍ଗ ବେରଙ୍ଗର କପଡା,ଫୁଲ ଏବଂ ଆକର୍ଷଣୀୟ ଆଲୋକ ମାଳା ସହିତ ଭବ୍ଯ ଢଙ୍ଗରେ ସଜ୍ଜା ଯାଇଥିବାର ଦେଖଯାଇଥିଲା। ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା। ଦିନ ଅଢ଼େଇଟା ବେଳେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କର କରକମଳରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଚଳିତ ବର୍ଷର ଗଣେଶ ଉତ୍ସବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ଯ, ସ୍ବେଚ୍ଛାସେବୀ ଏବଂ ସାଧାରଣ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଦମ୍ଯ ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ମହୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ,ବିକାଶ ପୁରୀ ଠାରେ ଓଡିଆ ସମ୍ପ୍ରଦାୟଙ୍କ ଦ୍ବାରା ନିୟମିତ ଭାବରେ ଆୟୋଜିତ ବାର୍ଷିକ ଗଣେଶ ପୂଜା ବର୍ତ୍ତମାନ ଏକ ଗଣପର୍ବର ରୂପ ନେଇଥିବାରୁ ଆୟୋଜକ ଶ୍ରୀଗଣେଶ ପୂଜା କମିଟିକୁ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ପ୍ରଶାସକ ଦେବେନ୍ଦ୍ର ମାଝୀ, ଦିଲ୍ଲୀପ ପାଢୀ, ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାରର ସଭାପତି ଡଃ ବିକ୍ରମ ମହାନ୍ତି, ଡଃ ରଜନୀ ରଂଜନ ମହାନ୍ତି, ଡଃ ବିନାୟକ ପ୍ରସାଦ, ସମାଜସେବୀ ପ୍ରୀତମ୍ ନାୟକ ଓ ପ୍ରସିଦ୍ଧ ଟେନିସ ଖେଳାଳୀ ଦିଲ୍ଲୀପ ମହାନ୍ତି ପ୍ରମୁଖ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ଯ ଆକର୍ଷଣ ଓଲିଉଡର ଉଦୀୟମାନ ତାରକା ଗାୟୀକା ଦେବାଂଶୀ ଦାଶ ଥିଲେ। ସୁଶ୍ରୀ ଦାଶ ତାଙ୍କର ଯାଦୁଗରି ସ୍ବରରେ ଉଭୟ ଲୋକ ଓ ଲଘୁସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ବିଶିଷ୍ଟ ଗାୟକ ସନ୍ତୋଷ ରାଉତଙ୍କର ତତ୍ତ୍ଵାବଧାନରେ ସୁର ମହ୍ଲାରର କଳାକାରମାନେ ସେମାନଙ୍କର ଅନନ୍ଯ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଚମତ୍କୃତ କରିଥିଲେ।

ସୁପ୍ରସିଦ୍ଧ ଗାୟୀକା ଅଭିପ୍ସା ରଥ ଏବଂ ପ୍ରତିଷ୍ଠିତ ଗାୟକ ଅରୁଣ ନିଶ୍ଚଲଙ୍କର ମନୋଲୋଭା ସଙ୍ଗୀତ ଗୁଡିକ ଖୁବ ମନମୁଗ୍ଧକର ଥିଲା। ଯୁବ ଓଡିଶୀ ନୃତ୍ୟଶିଳ୍ପୀ ତ୍ରିଷ୍ଣା ତମନ୍ନାଙ୍କର ପ୍ରସ୍ତୁତି ମଧ୍ଯ ବେଶ ଉଚ୍ଚକୋଟୀର ଥିଲା। କାବ୍ୟା, ଆରାଧ୍ଯ୍ୟା ଓ କନିଷ୍କାଙ୍କ ଦ୍ବାରା ପରିବେଷିତ ଭାରତନାଟ୍ୟମ୍ ନୃତ୍ଯ ଓ ପ୍ରାଚୀ, ବର୍ଷା, ରୁଚିସ୍ମିତା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁରୀ ଲୋକନୃତ୍ଯ ଦର୍ଶକ ମାନଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷିକା ଇପ୍ସା ପ୍ରତିବିମ୍ବିତା ଷଡଙ୍ଗୀ ଖୁବ ସୂଚାରୁ ରୂପେ ସଂଚାଳନା କରିଥିଲେ। ୨୩ ତମ ଶ୍ରୀ ଗଣେଶ ମହୋତ୍ସବକୁ ସଫଳତାର ସହିତ ଆୟୋଜନ କରିବାର ମୁଖ୍ଯ ପୁରୋଧା ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ଓ ତାଙ୍କର ସହଧର୍ମିଣୀ ମହାକାଙ୍ଖ୍ୟା ପ୍ରତିଷ୍ଠାନ ର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଥିଲେ।

ଉତ୍ସବ ପରିଚାଳନାରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିବା କମିଟିର ଅନ୍ଯାନ୍ଯ ପ୍ରମୁଖ ସଦସ୍ୟମାନଙ୍କ ମଧ୍ଯରେ ଅଜୟ ସାହୁ, ଅଜିତ ସ୍ବାଇଁ, ଅନୁପ ସ୍ବାଇଁ, ବଙ୍କିମ ପରିଡା, ବିକ୍ରମ ଭୂୟାଁ, ଧନେଶ୍ଵର ପରିଡା, ଗଗନ ସାମଲ, ଗଙ୍ଗାଧର ସାମଲ, ଘନଶ୍ୟାମ ମହାନ୍ତି, ଜୀବନ ନାୟକ, କିରଣ ଧଳ, କିଶୋର ରାୟ, ମନୋଜ ଜେନା, ନାରାୟଣ ବିଶ୍ବାଳ, ପ୍ରସନ୍ନ ସ୍ବାଇଁ, ନିହାର ମହାନ୍ତି, ନିରଞ୍ଜନ ପରିଡ଼ା, ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦୀପ ସ୍ବାଇଁ, ପ୍ରଦୀପ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରକାଶ ସାହୁ, ରାଜକିଶୋର ସାହୁ, ରଞ୍ଜନ ଧଳ, ରଞ୍ଜିତ ପ୍ରଧାନ, ରବୀନ୍ଦ୍ର ସୁତାର, ରବୀନ୍ଦ୍ର ଜେନା, ସନାତନ ରାଉତ, ସଞ୍ଜୟ ରାଉତ, ଶଶିକାନ୍ତ ସାମଲ,

ସତ୍ୟବାନ ଭୂୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ବାଇଁ ,ସୁନାକର ସାମଲ, ସୁରେଶ ନାୟକ, ସ୍ୱରୂପ ସ୍ବାଇଁ, ତ୍ରିଲୋଚନ ବାରିକ ଏବଂ ଉମେଶ ସାହୁ ପ୍ରମୁଖ ଅନ୍ଯତମ ଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ଯକ୍ତିମାନଙ୍କ ମଧ୍ଯରେ ଅନିଲ ଜେନା, ସୁରେନ୍ଦ୍ର ମାଣିକ, ମନୋଜ ସାହୁ, ସୁଧାଂଶୁ ସାହୁ,ଭଗବାନ ପରିଡା,ଶରତ ଶର୍ମା , କୈଳାସ ବେହେରା ,ପ୍ରିୟତମା କର, ଡଃ ରୀନାକ୍ଷୀ ଦାସ ଏବଂ କାବେରୀ ବେହେରା ପ୍ରମୁଖ ସାମିଲ ଥିଲେ। ପରଦିନ ଅପରାହ୍ନରେ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଓଡ଼ିଆ ସମାଜର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଦ୍ଵାରା ଖୁବ ଜାକଜମକ ମଧ୍ୟରେ ଡି.ଜେ. ଓ ଢୋଲ ବାଦ୍ଯର ବାଜଣା ସହିତ ରୋଷଣୀ କରି ଓ୍ବାଜିରପୁରସ୍ଥିତ ଯମୁନା ନଦୀ କୂଳକୁ ନିଆଯାଇ ସେଠାରେ ବିଗ୍ରହର ବିସର୍ଜନ ପର୍ବ ସମାପନ କରାଯାଇଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

April 30, 2026
ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ

April 30, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ପୁରୀ ଆନ୍ତର୍ଜାତୀୟ ବିମାନ ବନ୍ଦର କୁ ବିରୋଧ : ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

April 30, 2026
ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ୧୮ କୁଇଣ୍ଟାଲ ଭାଙ୍ଗ ସହ ପିକଅପ୍ ଜବତ, ଜଣେ ଗିରଫ

April 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version