No Result
View All Result

୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଅଡବା ଥାନା ଗୋଡାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ବାମୀ କି ପରେ ସ୍ତ୍ରୀକୁ ବି ବିଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ଗଜପତି ଜିଲ୍ଲା ଅଡବାରେ ଚାଞ୍ଚଲ୍ୟ । ଗତକାଲି ରାତିରେ ଦୁବୃତ୍ତମାନେ ଘରେ ପଶି ଦୁଇଜଣଙ୍କୁ ହତ୍ୟା କରିଛନ୍ତି । ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ ଘରକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିଲା । କେଉଁ କାରଣ ପାଇଁ ଦୁର୍ବତ୍ତମାନେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି ସେ ସମ୍ପର୍କରେ ଜଣାପଡିନାହିଁ ।

ଏହି ଘଟଣା ସେହି ଗ୍ରାମରେ ଆର,ଉଦୟଗିରି ଏସଡିପିଓ ଅଶ୍ମିନୀ କୁମାର ରଥ, ଅଡବା ପୁଲିସ ଓ ସାଇନ୍ଟିଷ୍ଟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଏନେଇ ଅଡବା ଥାନାରେ ୧୪୨/୨୩ ମାମଲା ରୁଜୁ କରି ଏହି ଘଟଣାରେ ଗ୍ରାମର ୧୪ ଜଣଙ୍କ ଥାନାକୁ ନେଇ ଅଟକ ରଖିପଚରା ଉଚରା କରାଯାଉଥିବା ଅଡବା ପୁଲିସ ସୁତ୍ରରୁ ପ୍ରକାଶ ।

No Result
View All Result