୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାରେ ରେ ଗ୍ରାମ ପଞ୍ଚାୟତ କୁ ଅଖଣ୍ଡ କ୍ଷମତା ଦିଆ ଯାଇଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ପଞ୍ଚାୟତ ମାନଙ୍କୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ l ସେ ମଧ୍ୟରୁ ମହିଳା ମାନଙ୍କୁ ୩୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଅନ୍ୟତମ। ଆପଣ ଆଉ ପାଦେ ଆଗକୁ ବଢ଼ି ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି l କରୋନା ମହାମାରୀର ମୁକାବିଲା ପାଇଁ ଆପଣ ସରପଞ୍ଚ ମାନଙ୍କ ଉପରେ ଆସ୍ଥା ରଖି ଜିଲ୍ଲାପାଳ କ୍ଷମତା ଅର୍ପଣ କରି ଏକ ଇତିହାସ ସୃଷ୍ଟି କରିଥିଲେ। ହେଲେ ପରବର୍ତୀ କାଳରେ ୨୦୧୯-୨୦ଆର୍ଥିକ ବର୍ଷ ପରେ ବିଭିନ୍ନ ପ୍ରଶାସନିକ ଚିଠି ବଳରେ ଗ୍ରାମ ପଞ୍ଚାୟତର ସମସ୍ତ କ୍ଷମତା ଅପସାରଣ କରିଦିଆଯାଇଛି ଓ ସମସ୍ତ କ୍ଷମତା ପଞ୍ଚାୟତ ସମିତି ହାତରେ ସମର୍ପି ଦିଆଯାଉଛି।

ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ପଞ୍ଚାୟତ ଅନୁଷ୍ଠାନକୁ ସୁଦୃଢ କରିବେ ଓ ଲୋକମାନେ କିପରି ମୌଳିକ ସୁବିଧା ହାତପାହାନ୍ତା ରେ ପାଇବେ ସେହି ବ୍ୟବସ୍ଥା କରିବେ ବୋଲି ଆମର ଆଶା ରହିଛି l ଏହି ଆଶା ଓ ବିଶ୍ୱାସ ସହ ଆମେ ଜିଲ୍ଲା ସରପଞ୍ଚ ସଂଘ ନିମ୍ନ ଲିଖିତ ଅନୁରୋଧକୁ ଗୁରୁତ୍ଵ ସହ ବିଚାର କରିବେ ବୋଲି ଆପଣଙ୍କ ନିକଟରେ ଉପସ୍ଥାପନା କରୁଛୁ l ବର୍ତ୍ତମାନ “ଆମ ଓଡ଼ିଶାନବୀନ ଓଡ଼ିଶା” ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ୍ୟ ଟଙ୍କା ଲେଖାଏଁ ଅନୁଦାନ ରାଶି ଆପଣ ପ୍ରଦାନ କରିଛନ୍ତି l ଯୋଜନାରେ ପ୍ରକଳ୍ପ ଚୟନ ନେଇ ଅନୁଷ୍ଠିତ ଗ୍ରାମସଭା ବୈଠକ ଗୁଡିକରେ ତଳସ୍ତରର ନିର୍ବାଚିତ ପ୍ରତିନିଧି ସାମିଲ ରହିବାକୁ ସରକାରଙ୍କ ନିର୍ଦେଶ ରହିଛି, ତେଣୁ ଏହାର ପୁନଃ ବିଚାର କରି ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଯୋଜନା ଓ ପ୍ରକଳ୍ପ ଚୟନ କରିବାକୁ ଆପଣଙ୍କ ନିକଟରେ ବିନମ୍ର ଅନୁରୋଧ l

1. ପଲ୍ଲୀସଭା ଓ ଗ୍ରାମସଭାର ପଞ୍ଚାୟତି ରାଜ ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି l ୧୧ ଗୋଟି ସରକାରୀ ବିଭାଗର ୨୯ ଗୋଟି ବିଷୟ କୁ ପଞ୍ଚାୟତକୁ ହସ୍ତାନ୍ତର ର ବ୍ୟବସ୍ଥା ଥିଲେ ମଧ୍ୟ ଏହା କାଗଜ ପତ୍ର ରେ ସୀମିତ ରହିଛି । ଗ୍ରାମାଞ୍ଚଳରେ ହେବାକୁ ଥିବା ଉନ୍ନତି ମୂଳକ କାମ ତଥା ସରକାର ବିଭିନ୍ନ ଲୋକାଭମୁଖୀ ଯୋଜନା ଯଥା ଗରିବ ଲୋକଙ୍କ ପାଇଁ ଆବାସ ଯୋଜନାରେ ହିତାଧିକାରି ଚୟନ ବ୍ୟବସ୍ଥା ଗ୍ରାମ ସଭା ମାଧ୍ୟମରେ ହେବା କଥା,କିନ୍ତୁ ତାହା ଉଚ୍ଛେଦ ହୋଇ ପ୍ରଶାସନିକ ସ୍ତରରେ ହିତାଧିକାରୀ ଚୟନ ପରେ ଗ୍ରାମ ସଭାରେ ପାରିତ କରିବା ପାଇଁ ବାଧ୍ୟ କରା ଯାଉଛି। ଏହାକୁ ନେଇ ଅନେକ ଯୋଗ୍ୟ ଗରିବ ହିତାଧୀକାରୀ ବର୍ତ୍ତମାନ ସୁଦ୍ଧା ଯୋଜନାରୁ ବଞ୍ଚିତ ରହିଛନ୍ତି l ତେଣୁ ଯୋଗ୍ୟ ହିତାଧିକାରୀ ଙ୍କୁ ଶୀଘ୍ର ଗୃହ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉ ।
2. ସରପଞ୍ଚ ମାନଙ୍କୁ ପଞ୍ଚାୟତର ଭୋଟର ମାନେ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରୁଥିବା ବେଳେ ୱାର୍ଡ ମେମ୍ୱରଙ୍କ ଦ୍ଵାରା ଅନସ୍ତାପ୍ରସ୍ତାବ ହେବା ଦ୍ଵାରା ଗଣତନ୍ତ୍ରର ବ୍ୟବସ୍ଥା କ୍ଷୁର୍ଣ୍ଣ ହେଉଛି,ତେଣୁ ଏହି ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରାଯାଉ।
3. ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତ କୁ ସ୍ୱାୟତ୍ତ କ୍ଷମତା ଦିଆ ଯାଇଥିଲେ ମଧ୍ୟ ପଞ୍ଚାୟତ ର ସମସ୍ତ କାମ ପାଇଁ ବ୍ଲକ୍ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି।OdishaGrampanchayatRuleAct 1964 undersection 94 ରେ ଉଲ୍ଲେଖ ଅଛି ଯେ, ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଟଙ୍କା ଜମା ଓ ଉଠାଣକରିପାରିବେ କିନ୍ତୁ ବର୍ତ୍ତମାନ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ଦ୍ଵାରା ଦେଇଥିବା ଚିଠି ସଂଖ୍ୟା 4314/ ତା. 17.02.2020 ବଳରେ ପଞ୍ଚାୟତ ମାନଙ୍କ ଟଙ୍କା ଉଠାଣ ରେ B.D.O. ମାନଙ୍କ countersign ର ବ୍ୟବସ୍ଥା କରାଯାଇଛି । ଏହା ଅସାମ୍ବାଧନିକ ଅଟେ, ତେଣୁ ଏହି ବ୍ୟବସ୍ଥା ଶୀଘ୍ର ଉଚ୍ଛେଦ କରାଯାଉ ।
4. ୨୦୧୧ ଜନ ଗଣନା ଆଧାରରେ ଆଜକୁ ୧୨ ବର୍ଷ ପୂର୍ବେ ରେସନ କାର୍ଡ ହିତାଧିକାରୀ ଚୟନ ହୋଇଥିବା ବେଳେ ପରବର୍ତୀ କାଳରେ ଆଉ ନୁଆଁ ହିତାଧିକାରୀଙ୍କୁ ସାମିଲ କରାଯାଉନାହିଁ l ଯାହା ଫଳରେ ଅନେକ ଗରିବ ପରିବାର ର ସଦସ୍ୟ ରାସନ ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଶୀଘ୍ର ଏହାର ସମାଧାନ କରାଯାଉ।
5. ସରକାରୀ ସ୍ତରରେ ଜିଲ୍ଲାର ପ୍ରାୟ ସମସ୍ତ ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି ଏହା ସହ ଗ୍ରାମାଞ୍ଚଳରେ ଷ୍ଟ୍ରୀଟ ଲାଇଟ ଲଗା ଯାଇଛି l ଟାଟା କମ୍ପାନୀ ଦ୍ଵାରା ନିର୍ଦ୍ଧାରିତ ବିଦ୍ୟୁତ ଶୁଳ୍କ ୟୁନିଟ ପିଛା ପାଞ୍ଚ ଟଙ୍କା ପ୍ରଦାନ ଓ ପାନୀୟ ଜଳ ପ୍ରକଳ୍ପ କର୍ମଚାରୀଙ୍କୁ ଦରମା, ପଞ୍ଚାୟତକୁ ବହନ କରିବାକୁ ପଡୁଥିବାରୁ ସରକାର ପଞ୍ଚାୟତ କୁ ପ୍ରଦାନ କରୁଥିବା ସିଏଫସି ଓ ଏସଫସି ପାଣ୍ଠି ନିଅଣ୍ଟ ହେଉଛି । ଯାହାଫଳରେ ଗ୍ରାମାଞ୍ଚଳରେ ଉନ୍ନତି ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି l ଏହାର ସମାଧାନର ବ୍ୟବସ୍ଥା କରାଯାଉ।
6. ମନରେଗା ଯୋଜନାରେ କେବଳ ମାଟି ବୁହା କାମକୁ ଅଗ୍ରାଧିକାର ଦିଆ ଯାଉଛି,ଯାହା ଫଳରେ ଆଜିର ଯୁବ ପିଢ଼ି ମାଟି ବୁହା କାମ ନକରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ମନରେଗାଯୋଜନାରେ ରାସ୍ତା,ପୋଲ, ସ୍କୁଲ ପାଚେରୀ,ଡ୍ରେନ ତିଆରି,କେନାଲ ଲାଇନିଙ୍ଗ, ଶିଶୁ ଉଦ୍ୟାନ, ଗାଁ ପୋଖରୀ ର ସୌନ୍ଦର୍ଯୀ କରଣ ଓ ଚାଷୀ ମାନଙ୍କୁ ଜମୀ ଉନ୍ନତି ଓ କୂପ ଖନନ ଭଳି କାମକୁ ଅଗ୍ରାଧିକାର ଦିଆଯାଉ l ଏହା ଦ୍ଵାରା ଲୋକଙ୍କୁ ନିଯୁକ୍ତି ସହଗ୍ରାମାଞ୍ଚଳରଉନ୍ନତି ସାଧନହୋଇପାରିବl
7. ସରପଞ୍ଚ ମାନଙ୍କୁ ପାରିତୋଷିକ ବାବଦକୁ ମାତ୍ର ୨୩୫୦ ଟଙ୍କା ମାସକୁ ଦିଆଯାଉଛି ଯାହା ଅତି ନଗଣ୍ୟ ଓ ଗୋଟିଏ ଦିନ ମଜୁରିଆ ଠାରୁ ମଧ୍ୟ କମ୍ l ସରପଞ୍ଚ ନିଜ ସମସ୍ତ କାମ ଧନ୍ଦା ଛାଡ଼ି ଲୋକଙ୍କ କାମ କରୁଛନ୍ତି l ତେଣୁ ସେମାନେ ପରିବାର ଚଲେଇବା ମଧ୍ୟ କଷ୍ଟ ହେଉଛି, ତେଣୁ ପାରିତୋଷିକ ବାବଦକୁ ମାସିକ ୩୦,୦୦୦ ଟଙ୍କା ଓ ୱାର୍ଡ ମେମ୍ବର ମାନଙ୍କୁ ୫୦୦୦ ଟଙ୍କା ଦିଆଯାଉ।ସରପଞ୍ଚ ମାନଙ୍କୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ ଓ କାର୍ଯକାଳ ମଧ୍ୟରେ ମୃତ୍ୟୁ ହେଲେ ୨୦ ଲକ୍ଷ୍ୟ ଟଙ୍କା ପରିବାରକୁ ଦିଆଯାଉ।
8. ସରକାର ପଞ୍ଚାୟତ ମାନଙ୍କୁ ଦୋକାନ ଗୃହ ନିର୍ମାଣ,ପୋଖରୀ ମାନଙ୍କ ଉନ୍ନତି କରଣ ଓ କଲ୍ୟାଣ ମଣ୍ଡପ ନିର୍ମାଣ, ପଞ୍ଚାୟତ ଗୃହ ତଥା ଗୋଦାମ ଗୃହ ଆଦି ନିର୍ମାଣ ନେଇ ପାଣ୍ଠି ପ୍ରଦାନ କରୁଥିଲେ,ତାହା ବର୍ତ୍ତମାନ ପଞ୍ଚାୟତ ସମିତିକୁ ଦିଆ ଯାଇଛି l ଏହାର ବିଚାର କରି ପଞ୍ଚାୟତକୁ ପୁନଃପାଣ୍ଠି ପ୍ରଦାନ କରିବାକୁ ଅନୁରୋଧ।
9. ସରପଞ୍ଚ ମାନଙ୍କ ଅବସର କାଳୀନଭତ୍ତା ଅନୁନ୍ୟ ୧୦ହଜାର ଟଙ୍କା ଦିଆଯାଉ।
10. ପ୍ରାକୃତିକ ବିପର୍ଜୟ ଓ ଦୁର୍ବିପାକ ର ସଠିକ ମୁକାବିଲା ପାଇଁ ପଞ୍ଚାୟତ ର ସରପଞ୍ଚ ମାନଙ୍କୁ ହାତପାଣ୍ଠି ବାବଦକୁ ଅତିକମ ରେ ୧୦ଲକ୍ଷ୍ୟ ଟଙ୍କା ଦିଆଯାଉ ଓ ୫ଗୋଟି ଗୃହ ପ୍ରଦାନର କ୍ଷମତା ଦିଆଯାଉ ।
11. ବର୍ତ୍ତମାନ ପଞ୍ଚାୟତ ସମିତିରେ ଓ ପଞ୍ଚାୟତ ମାନଙ୍କରେ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନଙ୍କ ଅଭାବରୁ ଜଣେ ଜଣେ ଏକାଧିକ ପଞ୍ଚାୟତ ଦାୟିତ୍ଵରେ ରହୁଛନ୍ତି l ତେଣୁ ଉନ୍ନତି ମୂଳକ କାମରେ ବାଧା ଉପୁଜିଛି l ତେଣୁ ଉପରୋକ୍ତ ପଦବୀ ଶୀଘ୍ର ପୁରଣ କରାଯାଉ।
12. ବର୍ତ୍ତମାନ ପ୍ରାଥମିକ ଶିକ୍ଷାନୁଷ୍ଠାନ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ରକ୍ଷଣାବେକ୍ଷଣ କାମ ପଞ୍ଚାୟତ ମାନଙ୍କୁ ଦିଆଯାଇଛି l କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ କୌଣସି ପାଣ୍ଠି ପ୍ରଦାନ କରାଯାଉନାହିଁ l ଯାହା ଫଳରେ ଏଭଳି ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନ ଗୁଡ଼ିକ ଅବହେଳିତ ହୋଇରହିଛି।ଏହା ଉପରେ ସରକାର ବିଚାର କରିବାକୁ ଅନୁରୋଧ। ଉପରୋକ୍ତ ଦାବୀ ଗୁଡ଼ିକ ଗୁରୁତ୍ଵ ସହ ବିଚାର କରି ଯଥାଶୀଘ୍ର ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ଯଦି ସରକାର ଆମ ଦାବି ଉପରେ ଅଣଦେଖା କରନ୍ତି ତାହେଲେ ଆଗାମୀ ଦିନରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ବାଧ୍ୟ ହେବୁ।














