No Result
View All Result
୨୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି ସ୍କୁଲ ଗସ୍ତ କରି ୧୩୦୮ ଛାତ୍ରଙ୍କ ଠାରୁ ୧୫୩ଟି ଆଇଡିଆ ସଂଗ୍ରହ କରିଛି । ଆଜି ଏହି ଯାତ୍ରା ବାଲେଶ୍ୱର ବାଲେଶ୍ୱର ଜିଲ୍ଲାର ୫ଟି କଲେଜ ଯଥା ଆରଜେ ସ୍କୁଲ ଅଫ ମ୍ୟାନେଜମେଂଟ ଷ୍ଟଡିଜ୍, ସାଗର କଲେଜ୍ ଅଫ୍ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ ଏବଂ ବାଲେଶ୍ୱର ସରକାରୀ ଆଇଟିଆଇ ଗସ୍ତ କରିଛି । ଏହା ସହ ଗଜପତି ଜିଲ୍ଲାରେ ୪ଟି କଲେଜ ପର୍ଶୁରାମ ଗୁରୁକୁଳ ଡିଗ୍ରୀ କଲେଜ, ସେନ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ମ୍ୟାନେଜ୍ମେଌକ୍ଷଗ୍ଧ;, ଏସକେସିଜି ଅଟୋନୋମସ୍ କଲେଜ ଏବଂ ସରକାରୀ ଆଇଟିଆଇ(ଗୁମ୍ମା), ଏହା ବ୍ୟତିତ ସୁବର୍ଣ୍ଣପୁର ଜିଲ୍ଲାର କେନ୍ଦ୍ରିୟ ବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ସୋନପୁର କଲେଜ ଏବଂ ବିଶ୍ୱପ୍ରଭା କଲେଜ ଆଦି ଗସ୍ତ କରିଛି ।
ଏହାସହ ଷ୍ଟାର୍ଟଅପ୍ ଯାତ୍ରା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଟି ସ୍କୁଲ ଜେନିଥ ଇଂଟରନ୍ୟାସନାଲ ସ୍କୁଲ ଏବଂ ସେଂଟ ଜାଭିୟର ସ୍କୁଲ ଗସ୍ତ କରି ପିଲା ମାନଙ୍କ ପାଇଁ ଷ୍ଟାର୍ଟଅପ୍ ବୁଟକ୍ୟାମ୍ପ ଆୟୋଜନ କରିଛି । ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୮୮ଟି କଲେଜ୍ ଏବଂ ୨୫ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୧୪୦୫ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୧୬୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି । ଆସନ୍ତା ମଙ୍ଗଳବାର ଦିନ ଯାତ୍ରା ଆଉ ତିନୋଟି ଜିଲ୍ଲା ମୟୂରଭଞ୍ଜ, ରାୟଗଡ଼ା ଓ ବରଗଡ଼ ଜିଲ୍ଲା ଗସ୍ତ କରି ବିଭନ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଷ୍ଟାର୍ଟଅ୍ ଆଇଡ଼ିଆ ସଂଗ୍ରହ କରିବ । ମୟୂରଭଞ୍ଜ ଜିଲ୍ଲାରେ ଏହା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଏମପିସି ଅଟୋନୋମସ କଲେଜ, ଉଦଳା ଅଟୋନୋମସ କଲେଜ, ସୀମାନ୍ତ ଇଂଜନିୟରିଂ କଲେଜ ଏବଂ ବାରିଦା ଡିଗ୍ରୀ କଲେଜ ।
ବରଗଡ଼ ଜିଲ୍ଲାରେ ଏହା ବିକାଶ ଆବାସିକ ବିଦ୍ୟାଳୟ, ବିକାଶ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ତତନ୍ତ ଟେକ୍ନୋଲୋଜି ଏବଂ ପିକେଏ କଲେଜ ଅଫ୍ ଇଞ୍ଜିନିୟରିଂ ପରିଦର୍ଶନ କରିବ । ସେହିପରି ରାୟଗଡ଼ାର ୩ଟି କଲେଜ ରିତମ ରାୟଗଡ଼ା, ମଝିଘରିଆଣୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ଓ ଜିଆଇଇଟି ଗୁଣୁପୁର ପରିଦର୍ଶନ କରାଯିବ । ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।
No Result
View All Result