୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ପାକ୍ଷିକ ସମ୍ବାଦ ପତ୍ର ନିରପେକ୍ଷ ସମ୍ବାଦ ର ନୃତନ ୱେବ୍ ଚ୍ୟାନେଲ ର ଶୁଭାରମ୍ଭ ଉପଲକ୍ଷେ ଗତ ସାତ ବର୍ଷ ଧରି ସମ୍ବାଦ ପତ୍ର ର ସହଯୋଗୀ ସମ୍ପାଦକ ଭାବେ ରହିଥିବା ଡ଼ାକ୍ତର ଚିତ୍ତ ରଞ୍ଜନ ମିଶ୍ର ଙ୍କୁ ଡିଜିଟାଲ ମିଡିଆ ର ସହଯୋଗୀ ସମ୍ପାଦକ ଭାବରେ କାର୍ଯ୍ୟ କରିବା ପାଇଁ ଆମନ୍ତ୍ରଣ ସହ ସମ୍ବର୍ଦ୍ଧିତ କରଯାଇଥିଲା ।

ନିରପେକ୍ଷ ସମ୍ବାଦ ର ମୁଖ୍ୟ ସମ୍ପାଦକ ବିକ୍ରମ କେଶରୀ ରାୟ ଙ୍କ ସହ କଟକ ରୁ ଆସିଥିବା ଅନ୍ୟାନ୍ୟ ସହକର୍ମୀ ମାନେ ଉପଢୋକନ , ପୁଷ୍ପଗୁଚ୍ଛ ଓ ଅନୁଷ୍ଠାନ କୁ ମାନ ପତ୍ର ଦେଇ ଚିତ୍ତରଞ୍ଜନ ସେବା ସଦନ ର ନିର୍ଦ୍ଧେଶ ଙ୍କ କାର୍ଯ୍ୟଳୟ ରେ ସମ୍ୱର୍ଦ୍ଧିତ କରିଥିଲେ .

ଡ଼ାକ୍ତର ମିଶ୍ର ଙ୍କ ସହ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ପଣ୍ଡା , ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୌମ୍ୟ ରଞ୍ଜନ ମିଶ୍ର , ପରିସଂଖ୍ୟାନ ଅଧିକାରିଣୀ ସମାପିକା ମିଶ୍ର , ଫିଜିଓଥେରାପିଷ୍ଟ ଡ଼ାକ୍ତର ସ୍ମିତା ପତି , ଆକାଉଣ୍ଟାଣ୍ଟ ଉମେଶ ଚନ୍ଦ୍ର ପାଢ଼ୀ , ପିଏ ଟୁ ସି ଇ ଓ ସୌମ୍ୟ ରଞ୍ଜନ ତିଆଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।














