No Result
View All Result
୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଭାଦ୍ରବ ମାସର ଶେଷ ରବିବାର ରେ କୁମାରୀ ମାନଙ୍କ ର ପାରମ୍ପରିକ ଖୁଦୁରୁକୁଣୀ ଓଷା ବ୍ରତ ଉଦ୍ ଯାପିତ ହୋଇ ଯାଇଛି। ଓଡ଼ିଶାର ପ୍ରାଚୀନ ନୈ।ବାଣିଜ୍ୟ ଓ ମା ମଙ୍ଗଳାଙ୍କ ଆରାଧନା ହିଁ ଏହି ଓଷା ର ବୈଶିଷ୍ଟ୍ୟ।ଭାଇର ମଙ୍ଗଳ କାମନା କରି ଭଉଣୀ ଏହି ଓଷା କରି ଭାଇର ସର୍ବଵିଧ ଉନ୍ନତି ମାନସିକ କରିଥାଏ। ଏଥିପାଇଁ ଓଡ଼ିଶାର ପୁରପଲ୍ଲୀରେ ଖୁଦୁରୁକୁଣୀ କୋଠି ଭାଦ୍ରବ ମାସର ପ୍ରତି ରବିବାର ରେ କୁମାରୀ ମାନଙ୍କର ସମାବେଶରେ ମୁଖରିତ ହୋଇ ଉଠେ।ଭୋର୍ ରୁ ଉଠି ଝିଅ ମାନେ ବାଡି ବଗିଚା ବୁଲି ମା ମଙ୍ଗଳାଙ୍କ ପୂଜା ପାଇଁ ଫୁଲ ସଂଗ୍ରହ କରି ଗାଁ ର କୋଠି ଘରେ ଜମା ହୁଅନ୍ତି ଓ ଫୁଲ ହାର ଗୁନ୍ଥନ୍ତି।
ଏହାପରେ ସବୁ ଝିଅ ମାନେ ମିଶି ଗାଁ ମୁଣ୍ଡ ଜଳାଶୟ କୁ ଯାଇ ସେଠାରେ ଫୁଲ ଟାହିଆ ସ୍ଥାପନ କରି ଵାଲୁଙ୍କାପୂଜା କରି ନିଜ ନିଜ ଘରକୁ ଗାଧୋଇ ପାଧୋଇ ଫେରନ୍ତି।ଘରେ ନୂତନ ବସ୍ତ୍ର ପରିଧାନ କରି ଭୋଗ ଡାଲା ନେଇ କୋଠିରେ ପହଞ୍ଚନ୍ତି ଏବଂ ସେଠାରେ ମା ମଙ୍ଗଳାଙ୍କ ଫଟୋ ଚିତ୍ର କିମ୍ବା ମ୍ରୃଣ୍ମୟ ମୂର୍ତ୍ତି ଙ୍କୁ ଭୋଗ ସମର୍ପଣ କରି ଘରକୁ ଫେରି ତାହା ସେବନ କରନ୍ତି। ସନ୍ଧ୍ୟା ରେ ଅନୁରୂପ ଭାବେ ଭୋଗ ଡାଲା ନେଇ କୋଠିରେ ପହଞ୍ଚି ହୁଳହୁଳି ମଧ୍ୟରେ ଖୁଦୁରୁକୁଣୀ ଓଷା ବହି ପାଠ କରିଥାନ୍ତି। ଏହି ପଠନ ମଧ୍ୟରେ ସାଧଵଝିଅ ତଅପୋଇ,ସାତ ସାଧବ ଓ ସାତ ବୋହୁ ର ଅଭିନୟ କରି ଝିଅ ମାନେ ବୋଇତ ବନ୍ଦାଣ କରିଥାନ୍ତି।
ତତ୍ପରେ ପୂଜା ଶେଷ କରି ନିଜ ନିଜ ଘରେ ଜଳଖିଆ ଖାଇଥାନ୍ତି ଏବଂ ମଙ୍ଗଳାଙ୍କ ଗଳାରେ ଲମ୍ବାଇ ଥିବା ଫୁଲମାଳ କୁ ଵାସି ହେବା ଆଗରୁ ଗ୍ରାମ ପୋଖରୀ ରେ ସେହି ରାତ୍ରୀରେ ମେଳା କରି ଦିହୁଡି ଲଗାଇ ଛାଡିଥାନ୍ତି।ଶେଷ ରବିବାର ରେ ଉଦ୍ ଯାପନ ଦିବସରେ ଯାକଯମକରେ ଏହି ଓଷା କୁ ଝିଅ ମାନେ ପାଳିଥାନ୍ତି ଏବଂ କୋଟି ମାନଙ୍କ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ହୋଇଥାଏ। ତେବେ ଆଧୁନିକତାର ପ୍ରଭାବରେ ସହରୀ ସଭ୍ୟତା ରେ ଏହି ଓଷା ପ୍ରାଧାନ୍ୟ ହରାଇ ଥିଲେ ମଧ୍ୟ ଗାଁ ଗହଳିରେ ଓଡ଼ିଶାର ଏହି ପାରମ୍ପରିକ କୁମାରୀ ଓଷା ଓଡ଼ିଶାର ପ୍ରାଚୀନ ଐତିହ୍ୟକୁ ବହନ କରି ବଞ୍ଚି ରହିଛି।

No Result
View All Result