No Result
View All Result
୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡା ବ୍ଲକ ଅଧିନସ୍ଥ ସୀତାପଡି, ଜକିକିଆ, ତଗାକିଆ, ମାଲୁମିଲା ମୁଣ୍ଡପାରହା, ବାଟାଗୁଡା ଓ ଦେଉଳପଙ୍ଗା ଗ୍ରାମରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଜରିଆରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସିଆରପିଏଫ ସଦସ୍ୟ ମାନେ ଉକ୍ତ ଗ୍ରାମର ବାସିନ୍ଦା, ସରପଞ୍ଚ ଓ ଗ୍ରାମବାସୀ ତଥା ଅଞ୍ଚଳର ସମସ୍ତ ଜନ ପ୍ରତିନିଧିଙ୍କ ନିକଟରେ ପହଞ୍ଚି ହାତରେ ମାଟି କଳସ ନେଇ”ମେରୀ ମାଟି, ମେରା ଦେଶ” ବୋଲି ଶପଥ ଗ୍ରହଣ କରିଥିଲେ । ଏଥିରେ ୧୨୭ ବାଟାଲିୟନ ସିଆରପିଏଫ ର କମାଣ୍ଡାଣ୍ଟ ଆନନ୍ଦ ଝା ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପ କମାଣ୍ଡେଣ୍ଟ ବିପିନ କୁମାର ତଥା ସହାୟକ କମାଣ୍ଡେଣ୍ଟ କୁମାର ରାଘବେନ୍ଦ୍ର, ୱାର୍ଡ ପ୍ରତିନିଧି ତଥା ଅଶୋକ ମଳିକ, ପ୍ରଶାନ୍ତ ମଳିକ, ସରପଞ୍ଚ ମିଡିଆକିଆ ଏବଂ ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା, ସିଆରପିଏଫର ଜବାନ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

No Result
View All Result