No Result
View All Result

୨୪ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅଞ୍ଚଳରେ ହୋଇଥିବା ଗଣେଶ ପୂଜାର ଆଜି ଥିଲା ପ୍ରଥମ ପର୍ଯ୍ୟାୟ ଭଷାଣୀ ଉତ୍ସବ । ପୁଲନଖର ଅଞ୍ଚଳର କାଚରାମାଳ, ଓମଫେଡ କଲୋନୀ, ମୁଗଭଙ୍ଗା , ନୂଆଗଡ଼, ପ୍ରତାପନଗରୀ, ଭାଣପୁର, ବାଲିକୁଦା, ଖଣ୍ଡେଏତା , ମୁଗଭଙ୍ଗା, ବାଗଧରାପୁର, ଶାସୋଳ, ଖଲର୍ଦ୍ଦା, ଆଦି ସ୍ଥାନରେ ହୋଇଥିବା ଗଣେଶ ମେଢ଼ ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।

ଚଳିତ ବର୍ଷ କଟକ କମିଶନରେଟ ପୋଲିସ ପକ୍ଷରୁ ଡିଜେ ଏବଂ ବାଣକୁ ବାରଣ କରାଯାଇ ଥିବାରୁ ପାରମ୍ପରିକ ବ୍ୟାଣ୍ଡପାର୍ଟି, ଘଣ୍ଟ, ସିଘଂବାଜା, ଦୁଲଦୁଲି, ବାଘନୃତ୍ୟ, ଘୋଡ଼ା ନୃତ୍ୟ, ଷଣ୍ଢ ଲଢ଼େଇ, ନାଗା ନୃତ୍ୟ, ରୂପନୃତ୍ୟର ତାଳେତାଳେ ଯୁବକ ମାନେ ଭଷାଣୀ ଶୋଭାଯାତ୍ରାରେ ଯାଇଥିଲେ ।

ଏହି ଭଷାଣୀ ଉତ୍ସବ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯମିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ସଦର ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ରାତିଦଶଟାରେ ସମସ୍ତ ଗଣେଶ ମେଢ଼ ଗୁଡିକୁ ବିଷର୍ଜନ କାରା ଯାଇଥିଲା ।


No Result
View All Result