No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଓଡ଼ିଶାର ବିଶିଷ୍ଟ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ସ୍ଵର୍ଗତ ଚନ୍ଦ୍ରମଣି ଲେଙ୍କା ଙ୍କ ବିୟୋଗର ଚତୁର୍ଦ୍ଦଶାହ ଦିବସରେ ନାଚୁଣୀ ସ୍ଥିତ ସାହିତ୍ୟ ସଂସ୍କୃତି ଓ ସମାଜସେବା ଅନୁଷ୍ଠାନ ଜାଗ୍ରୃତିକା ପକ୍ଷରୁ ଏକ ସ୍ମ୍ରତି ଚାରଣ ସଭା ନାଚୁଣୀ ଟୁଇଟି ବାର୍ଡ ପ୍ଲେ ସ୍କୁଲ ପରିସରରେ ଆଜି ରବିବାର ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ତଥା ଗୁରୁ ସ୍ଵର୍ଗତ ଚନ୍ଦ୍ରମଣି ଲେଙ୍କା ଙ୍କ ଶିଷ୍ୟ ଅଜିତ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସାଂସ୍କୃତିକ ସମାବେଶରେ ଜାଗ୍ରୃତିକା ର ସଭାପତି ପ୍ରଫେସର ଗଙ୍ଗାଧର ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ପ୍ରାକ୍ତନ ଚିଲିକା ବ୍ଲକ୍ ଅଧ୍ୟକ୍ଷ ତଥା ସମାଜସେବୀ ଲଳିତ ମୋହନ ପଟ୍ଟନାୟକ ମୁଖ୍ୟ ଅତିଥି, ଶିକ୍ଷା ଵିତ୍ ପଠାଣି ବଳବନ୍ତରାୟ,

ନାଚୁଣୀ ବରିଷ୍ଠ ନାଗରିକ ସଂଘ ର ସଭାପତି ତଥା ଜାଗ୍ରୃତିକାର ଉପଦେଷ୍ଟା ଅଶ୍ଵିନୀ କୁମାର ମହାପାତ୍ର, ଶିକ୍ଷକ ଦୁର୍ଯ୍ୟୋଧନ ପ୍ରଧାନ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ଆଶିଷ କୁମାର ପତି, ପ୍ରମୋଦ କୁମାର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଗୈ।ରାଙ୍ଗ ଚରଣ ମୁଦୁଲି , ଭବାନୀ ଶଙ୍କର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ ପୂଜନ ର ମହାନ୍ ଭାରତୀୟ ପରମ୍ପରା ଓ ଓଡ଼ିଶୀ ସଙ୍ଗୀତ କୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଗୁରୁ ସ୍ଵର୍ଗତ ଚନ୍ଦ୍ରମଣି ଲେଙ୍କା ଙ୍କ ଅହରହ ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ତଥା ପାଲା ଗାୟକ ରାମଚନ୍ଦ୍ର କର ସ୍ମୃତି ଚାରଣ ସଭା ର ମୁଖ୍ୟ ବକ୍ତା ଓ ସନ୍ ଯୋଜକ ଦାୟିତ୍ଵ ରେ ଥିଲେ। ସଙ୍ଗୀତଜ୍ଞ ଅଜିତ ମିଶ୍ର ଙ୍କ ନିର୍ଦ୍ଦେଶନାରେ ଏହି ଅବସରରେ ଏକ ଶାସ୍ତ୍ରୀୟ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଥିଲା।ଓଡ଼ିଶୀ ସଙ୍ଗୀତ ଓ ନ୍ରୃତ୍ୟ ଗୁରୁ ବିଜୟ ଲକ୍ଷ୍ମୀ ବଳିୟାର ସିଂହ,ନିରଞନ ନନ୍ଦ ,ଏଲିନା,ସୋଜାଲିନ୍ ଅରିଶଲ, ପ୍ରମୁଖ କଣ୍ଠ ସଙ୍ଗୀତ ପରିବେଷଣ କରି ଥିବା ବେଳେ ଯନ୍ତ୍ର ସଙ୍ଗୀତରେ ଥିଲେ ଗୈ।ରାଙ୍ଗ ଚରଣ ମୁଦୁଲି,ଗୁନ ମୁଦୁଲି, ଏବଂ ସାଥୀ। ଏହି ଅବସରରେ ଗୁରୁ ଗୌରାଙ୍ଗ ଚରଣ ମୁଦୁଲି ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଆଶିଷ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result