ଲାୟନ୍ସ କ୍ଳବ ପରିସରରେ ପଶ୍ଚିମ ଓଡିଶା ସ୍ତରୀୟ କ୍ୟାରେମ ପ୍ରତିଯୋଗିତା ଅନୁଷ୍ଠିତ

୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ସମ୍ବଲପୁର  :-> ସମ୍ବଲପୁର ଲାୟନ୍ସ କ୍ଳବ ପରିସରରେ ସ୍ୱର୍ଗତ ସୁମିତ୍ରା ମେମୋରିଆଲ ଦ୍ଵିତୀୟ ପଶ୍ଚିମ ଓଡ଼ିଶା ସ୍ତରୀୟ କ୍ୟାରେମ ପ୍ରତିଯୋଗିତା ୨୦୨୩ ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। । ଦଲେଇପଡା କାଳିବାଡି ର କରମାପୁଜା କମିଟି ଓ ଗାନ୍ଧୀ ମନ୍ଦିର ଯୁବକ ସଂଘ ପକ୍ଷରୁ ମିଳିତ ଭାବରେ ଆୟୋଜନ କରାଯାଇଥିବା ଏହି ପ୍ରତିଯୋଗିତାରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ, ସୁନ୍ଦରଗଡ଼,ନୂଆପଡା, ସୁବର୍ଣ୍ଣପୁର, ବଲାଙ୍ଗୀର,ଵୈ।ଦ୍ଦ ଜିଲ୍ଲା ରୁ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି ।

ଏହି ଦୁଇଦିନିଆ ପ୍ରତିଯୋଗିତା ରେ ମୂଖ୍ୟ ଅତିଥି ଭାବରେ ବିଜେଡି ସମ୍ବଲପୁର ଜିଲ୍ଲା ପୁର୍ବତନ ସଭାପତି ଡକ୍ଟର ପ୍ରମୋଦ ରଥ, ବିଜୁ ଯୁବ ଜନତା ର ରାଜ୍ୟ ସାଧାରଣ ସଂପାଦକ ହିରାଲାଳ ବେହେରା , ସାମାଜିକ କର୍ମୀ, ଅଶ୍ଵିନୀ କୁମାର ପାଢ଼ୀ ପ୍ରମୁଖ ଉଦଘାଟନି ଅବସରରେ ମଞ୍ଚାସିନ ଥିଲେ। ଏ‌ଇ ପ୍ରତିଯୋଗିତା କୁ ଆୟୋଜକ ବିଜୁ କଲେତ, ମିଳନ ବନଛୋର ଙ୍କ ସମେତ ସବୁ ଆୟୋଜକ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।