ଏହା ମାର୍କେଟ୍ ଟ୍ରେଣ୍ଡ୍, ପ୍ରଡକ୍ଟ ଓ ସେବା ଉପରେ ଗଭୀର ତଥ୍ୟ ପ୍ରଦାନ କରିବ
ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଡିସ୍କଭର୍ ଅନ୍ଲାଇନ୍, ଏକ୍ସପେରିଏନ୍ସ ଅଫ୍ଲାଇନ୍’
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଇନ୍ଫର୍ମେଶନ ଟେକ୍ନୋଲୋଜି ଆସୋସିଏଶନ ଅଫ୍ ଓଡିଶା (ଆଇଟିଏଓ) ପକ୍ଷରୁ ଲୋକମାନଙ୍କୁ ସଦ୍ୟତମ ବଜାର ଟ୍ରେଣ୍ଡ, ଉତ୍ପାଦ ଓ ସେବାଗୁଡିକ ଉପରେ ଗଭୀର ତଥ୍ୟ ପ୍ରଦାନ କରିବା ପାଇଁ ଆଇଟି ଏକ୍ସପୋ-୨୦୨୩ର ଘୋଷଣା କରାଯାଇଛି । ଏହି ୪ ଦିବସୀୟ ଏକ୍ସପୋ ଆସନ୍ତା ଅକ୍ଟୋବର ୫ରୁ ୮ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜିତ ହେବ ଏବଂ ଏଠାରେ ୫୦ରୁ ଅଧିକ ଆଇଟି-ଆଧାରିତ କମ୍ପାନୀ ଅଂଶଗ୍ରହଣ କରିବା ସହିତ ୬୦ରୁ ଅଧିକ ବ୍ରାଣ୍ଡ ନିଜର ଉତ୍ପାଦ ଓ ସେବାଗୁଡିକୁ ପ୍ରଦର୍ଶିତ କରିବେ । ଚଳିତ ବର୍ଷ ଏହି ଏକ୍ସପୋର ବିଷୟବସ୍ତୁ ହେଉଛି ‘ଡିସ୍କଭର ଅନ୍ଲାଇନ୍, ଏକ୍ସପେରିଏନ୍ସ ଅଫ୍ଲାଇନ୍’ । ଏହି କାର୍ଯ୍ୟକ୍ରମର ଆୟୋଜକମାନେ ରାଜ୍ୟର ଆଇଟି ଇକୋସିଷ୍ଟମକୁ ଉନ୍ନତ ଓ ମଜଭୁତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆଇଟି ଏକ୍ସପୋ-୨୦୨୩ରେ ଏଗ୍ଜିବିଶନ ସ୍ପେଶ୍, ଷ୍ଟଲ୍ ସ୍ପେସ୍, ଏକ୍ସପେରିଏନ୍ସ ଜୋନ୍, ଫୁଡ୍ ଜୋନ୍ ଆଦି ରହିବ ।
ଆଇଟି ଏକ୍ସପୋ-୨୦୨୩ ଉପରେ ମତପ୍ରକାଶ କରି ଆଇଟିଏଓର ଅଧ୍ୟକ୍ଷ ଶ୍ରୀ ଅବିନାଶ ପଟ୍ଟନାୟକ କହିଛନ୍ତି, “ଆମେ ଆଇଟି ଏକ୍ସପୋ-୨୦୨୩ର ଘୋଷଣା କରି ଆନନ୍ଦିତ ଯାହା ଶିଳ୍ପ ଅଂଶଗ୍ରହଣକାରୀଙ୍କୁ ନେଟ୍ୱର୍କ ସ୍ଥାପନ କରିବା, ସହଭାଗିତା କରିବା,ସୂଚନା ଓ ଶିକ୍ଷା ଲାଭ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ସେମାନେ ଲିଡ୍ ସୃଷ୍ଟି କରିପାରିବେ ଓ ନିଜର ବିକ୍ରି ବୃଦ୍ଧି କରିପାରିବେ । ମାର୍କେଟ୍ ରିସର୍ଚ୍ଚ ଓ ତଥ୍ୟ, ଉତ୍ପାଦ ଲଂଚ୍ ଓ ପ୍ରଦର୍ଶନ, ବ୍ରାଣ୍ଡ ଏକ୍ସପୋଜର ଓ ଦୃଶ୍ୟତା ଆଦି ଆକର୍ଷଣର ଅନ୍ୟାନ୍ୟ କେନ୍ଦ୍ର ଅଟେ ।” ବ୍ୟବସାୟ ମାଲିକ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟଅପ୍, ଉଦ୍ୟୋଗୀ, ସରକାରୀ ବିଭାଗ, ପିଏସୟୁ ଓ କର୍ପୋରେଶନ ସଂସ୍ଥା, କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ, ସାଧାରଣ ଜନତାଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ସହିତ ଏହି ଏକ୍ସପୋକୁ ପ୍ରତିଦିନ ୫୦,୦୦୦ରୁ ଅଧିକ ପରିଦର୍ଶକ ଆସିବେ ବୋଲି ଆଶା କରାଯାଉଛି । ଏହି ଅବସରରେ ଭୁବନେଶ୍ୱର ଏବଂ ଆଖପାଖର ଅନେକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତି ଏବଂ ଏଥିରେ ଥିବା ବିଭିନ୍ନ ନୂତନ ଦିଗ ଗୁଟିକ ଉପରେ ସଚେତନ କରାଯିବ ।

ଏହି ଅବସରରେ ଆଇଟିଏଓର ସଚିବ ଶ୍ରୀ ଦେବାଶିଷ ତ୍ରିପାଠୀ କହିଛନ୍ତି, “ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେଶିନ୍ ଲର୍ଣ୍ଣିଂ ଓ ବିଗ୍ ଡାଟା ଭଳି ଟେକ୍ନୋଲୋଜିଗୁଡିକ ଉଭା ହେବା ସହିତ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦ୍ରୁତ ପରିବର୍ତନର ସମ୍ମୁଖୀନ ହେଉଛି । ଏହି ଏକ୍ସପୋ ମାଧ୍ୟମରେ ଆମେ ସାଧାରଣ ଜନତା ଓ ହିତାଧିକାରୀମାନଙ୍କୁ ନୂତନ ଟେକ୍ନୋଲୋଜି ଓ ଉତ୍ପାଦଗୁଡିକ ସମ୍ପର୍କରେ ସୂଚିତ କରିବା ପାଇଁ ଲକ୍ଷ୍ୟ ରଖିଛୁ ଯାହା ସେମାନଙ୍କୁ ନିଜର ଜୀବନ ଓ ବ୍ୟବସାୟକୁ ସ୍ଥାୟୀ କରିବା ପାଇଁ ଏଭଳି ଟେକ୍ନୋଲୋଜିଗୁଡିକୁ ଗ୍ରହଣ କରିବା ପାଇଁ ସକ୍ଷମ କରିବ । ପରିଦର୍ଶକମାନେ ଶିଳ୍ପ ଅଂଶଗ୍ରହଣକାରୀଙ୍କ ସହ ନିୟୋଜିତ ହେବା ପାଇଁ ସୁଯୋଗ ପାଇବେ ଏବଂ ନୂତନ ଉତ୍ପାଦ ଓ ସେବାଗୁଡିକର ଅନୁଭୂତି ପାଇପାରିବେ ।”
ଆଇଟି ଏକ୍ସପୋ ୨୦୨୩ ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନଗୁଡିକରେ ଆଇଟି ଏକ୍ସପୋ ୨୦୨୩କୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ ଟେକ୍ନିକାଲ ଓ ଅଣ ଟେକ୍ନିକାଲ ଗତିବିଧି ପାଇଁ ଇଂଟର କଲେଜ କମ୍ପିଟିଶନର ପରିଚାଳନା କରୁଛି । ଏହା ସରକାରୀ ବିଭାଗ, ଘରୋଇ, କର୍ପୋରେଟ ଓ ଆଇଟି କମ୍ପାନୀଗୁଡିକୁ ମଧ୍ୟ ଆମନ୍ତ୍ରିତ କରିଛି । ସେହିପରି ଏଠାରେ ଶିଳ୍ପ ବିଶେଷଜ୍ଞ ଓ ସର୍ବୋତମ ବକ୍ତାମାନଙ୍କ ଦ୍ୱାରା ବିଭିନ୍ନ ଅଧିବେଶନ ପରିଚାଳନା କରାଯିବ ପ୍ଲେ ଷ୍ଟେସନ ଗେମିଙ୍ଗ ଆରେନା ସହିତ ଭର୍ଚୁଆଲ ରିଅଲିଟି ଏକ୍ସପେରିଏନ୍ସ ଜୋନ୍ର ଲାଇଭ୍ ଅନୁଭୂତି ଏକ୍ସପୋର ଅନ୍ୟତମ ଆକର୍ଷଣ ଅଟେ ।
ପରିଦର୍ଶକମାନେ ନିଜ ଆଗ୍ରହର କ୍ଷେତ୍ରଗୁଡିକୁ ଆବିଷ୍କାର କରିବା ସହିତ ଫୁଡ୍ ଜୋନ୍ରେ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବାର ସୁଯୋଗ ପାଇବେ ଏଲଜି ବିଜିନେସ୍ ସଲ୍ୟୁସନ ଏବଂ ସିପି ପ୍ଲସ୍ ସହଯୋଗରେ କରାଯାଉଥିବା ଏହି ପ୍ରଦର୍ଶନୀରେ ଟେକ୍ନୋଲୋଜି ଜଗତର ଅନେକ ପ୍ରତିଷ୍ଠିତ କମ୍ପାନୀ ଯୋଗଦେବେ । ସର୍ବୋତମ ଷ୍ଟଲ୍, ସର୍ବୋତମ ଟେକ୍ନିକାଲ ପ୍ରୋଜେକ୍ଟ ଓ ସର୍ବୋତମ ଅଣ ଟେକ୍ନିକାଲ ପ୍ରଦର୍ଶନଗୁଡିକ ପାଇଁ ପୁରସ୍କାର ପ୍ରଦାନ କରାଯିବ । ପ୍ରତିଷ୍ଠିତ କଳାକାର ଓ ଓଲିଉଡ୍ ଇଣ୍ଡଷ୍ଟ୍ରୀର ସେଲିବ୍ରିଟିମାନେ କଲ୍ଚରାଲ ପ୍ରୋଗ୍ରାମରେ ପ୍ରଦର୍ଶନ କରିବେ । ମନୋନୀତ ସାଂସ୍କୃତିକ ଅଂଶଗ୍ରହଣକାରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ପ୍ରଦର୍ଶନ କରିବେ ଏକ୍ସପୋ ମାଧ୍ୟମରେ ଆଇଟିଏଓ ଜନତାଙ୍କ ମଧ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆଇଟି ପ୍ରଫେସ୍ନାଲ,














