No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଵେଗୁନିଆ/ସିକୋ :-> ଖୋର୍ଦ୍ଧା ଜିଲା ବେଗୁନିଆ ପୋଲିସ ଶୁକ୍ରବାର ଏକ ଗୋରୁ ବୋଝେଇ ଗାଡି ଜବତ କରିଛି। ବେଆଇନ ଚାଲାଣ ହେଉଥିବା ଅଭିଯୋଗରେ ୧୧ଟି ଗୋରୁ ଉଦ୍ଧାର କରାଯାଇଛି। ଚାଳକଙ୍କୁ ଗିରଫ କରି ଖୋର୍ଦ୍ଧା ଏସଡିଜେଏମ କୋର୍ଟ ଚାଲାଣ କରିଛି । ସେ ହେଲେ ଏହି ଥାନା ଅନ୍ତର୍ଗତ କଡବ ଗ୍ରାମର ଶେଖ ଲିୟାକତ(୨୭) ।
ଏନେଇ ଥାନାରେ ମାମଲା ନଂ ୩୩୭/୨୩ ରୁଜୁ କରି ଅଧିକ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦେଇ ନୟାଗଡ ଜିଲା ଅଞ୍ଚଳରୁ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ଓଡି୦୨ଏକ୍ସ – ୯୪୫୮ ନଂ ବିଶିଷ୍ଟ ଏକ ଡାଲା ଅଟୋ ରେ ଗୋରୁ ବୋଝେଇ ହୋଇ ଏହି ଥାନା ଅନ୍ତର୍ଗତ କଡବ ଗ୍ରାମକୁ ଯାଉଥିଲା ।
ଖବର ପାଇ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟ ଏବଂ ତାଙ୍କ କର୍ମଚାରୀ ପହଞ୍ଚି ଟିକାତାଳ ଛକ ନିକଟରୁ ଜବତ କରିଥିଲେ । ଜବତ ଗୋରୁ ଗୁଡିକ ନୟାଗଡ଼ ଜିଲା ଖଣ୍ଡପଡା ସ୍ଥିତ ଜୀବ ବିକାଶ ପରିଷଦ ଗୋଶାଳା ରେ ଛଡାଯାଇଛି ।
No Result
View All Result