No Result
View All Result
୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ବିଜୁ ଯୁବ ଜନତା ଦଳ କଟକ ଜିଲ୍ଲା ପକ୍ଷରୁ , କଟକ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏହି ଘୋଷଣା ନାମ ତାଲିକାରେ କଟକ ସଦର ବ୍ଲକ ଖଣ୍ଡେଏତା ପଞ୍ଚାୟତ ବିଜେଡି ର ଆଗଧାଡିର ସଂଗଠକ ସଞ୍ଜୟ ସ୍ୱାଇଁଙ୍କୁ ଖଣ୍ଡେଏତା ପଞ୍ଚାୟତର ବିଜୁ ଯୁବ ଜନତା ଦଳର ସଭାପତି ହେଲେ ବୋଲି ଘୋଷଣା କରାଯାଇଛି ।

କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସ୍ମୃତି ରଞ୍ଜନ ନାୟକଙ୍କ ଅନୁମୋଦନ କ୍ରମେ ଏକ ତାଲିକା ପ୍ରକାଶ ପାଇଛି। ଶ୍ରୀ ସ୍ୱାଇଁ ପଞ୍ଚାୟତ ବିଜୁ ଯୁବ ଜନତା ଦଳର ସଭାପତି ହୋଇଥିବାରୁ , ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକ ସଦଳ ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସ୍ମୃତି ରଞ୍ଜନ ନାୟକଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣାଇ ଛନ୍ତି ।

No Result
View All Result