No Result
View All Result

୨୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ/ବଡ଼ବିଲ :-> ବଡ଼ବିଲ ପୌରପାଳିକା ଅନ୍ତର୍ଗତ ନାଲଦା ଠାରେ କୌଣସି ସ୍ଵାସ୍ଥ୍ୟ କେନ୍ଦ୍ର ନଥିବା ଯୋଗୁଁ ଲୋକମାନେ ସ୍ବାସ୍ଥ୍ୟ କ୍ଷେତ୍ରରେ ଵହୁତ ସମସ୍ୟା ଭୋଗ କରୁଥିଲେ ସେଥି ପାଇଁ ସେଠିକାର ଜନସାଧାରଣ ଙ୍କ ଅଭିଯୋଗ ହେତୁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଏବଂ ବଡଵିଲ୍ ପୌରପଳିକା ଅଧକ୍ଷ ଲକ୍ଷ୍ମଣ କୁମାର ମହାନ୍ତ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. କିଶୋର ଚନ୍ଦ୍ର ପୃଷ୍ଟି ଏବଂ ବଡଵିଲ୍ ପୌରପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା

ଏକ teamworkର ପରିଚୟ ସୃଷ୍ଟି କରି ନାଲଦାବାସୀଙ୍କ ପାଇଁ ଏକ ନୂତନ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ସ୍ଥାପନା କରି ନାଲଦା ପରି ଏକ ଉପାନ୍ତ ଓ ସୀମାବର୍ତ୍ତୀ ଅଞ୍ଚଳରେ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ କେତେ ଯତ୍ନବାନ ଅଛନ୍ତି ତାହାର ଏକ ଜଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି । ଉକ୍ତ ଉଦଘାଟନ ଉତ୍ସବରେ ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ମୁଖ୍ୟ ଅତିଥି ଭାବରେ

ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନଙ୍କର ବ୍ୟବହାର କିପରି ଉଚ୍ଚୋକଟୀର ହେବ ସେଥିପ୍ରତି ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ । ଏହି ଶୁଭଦିନ ରେ ସେଠିକାର ଶତାଧିକ ଗ୍ରାମବାସୀ ଏବଂ ଆଶାଦିଦି ମାନଙ୍କର ଉପସ୍ଥିତି ରୁ ସ୍ପଷ୍ଟ ଜଣା ପଡୁଥିଲା ଯେ କେତେ ଦିନରୁ ତାଙ୍କର ଏ ସ୍ବପ୍ନ ଥିଲା ।



No Result
View All Result