No Result
View All Result
୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଗଣେଶ ପୂଜାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାସ୍କୃତିକ କାର୍ଯ୍ୟରେ ମେଲୋଡି, ରେକର୍ଡ଼ ଡ଼୍ୟ୍।ନ୍ସ, କରୁଥିଲାବେ ନୂଆଗଡ଼ ହନୁମାନ ପୂଜା କମିଟି ନିଆରା ଢ଼ଙ୍ଗରେ ଗଣେଶ ପୂଜାରେ ସାସ୍କୃତିକ କାର୍ଯ୍ୟକ୍ରମ ପାଳନ କରିଥିବା ଦେଖିବାକୁ ମିଳିଥିଲା । ନୂଆଗଡ଼ ଗ୍ରାମ ଉନ୍ନୟନ କମିଟିର ସହଯୋଗ ନେଇ ହନୁମାନ ପୂଜା କମିଟିର ସଦସ୍ୟ ମାନେ ବର୍ତ୍ତମାନ ପଥଭ୍ରଷ୍ଟ ହେଉଥିବା ଯୁବକ ମାନଙ୍କୁ, ଭାଇଚାରା ଏବଂ ସମାଜକୁ ସଠିକ ଦିଗରେ ନେଇ ପାରୁଥିବା ଆଧ୍ୟାତ୍ମିକ ଆଡ଼କୁ କିଭଳି ମନ ବଳେଇବେ , ସେନେଇ ମଙ୍ଗଳବାର ରାତିରେ ହନୁମାନ ମନ୍ଦିର ପରିସରରେ ରାମଲୀଳା ପରିବେଷଣ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ନୂଆଗଡ଼ ଗ୍ରାମ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀଙ୍କ , ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କମିଶନରେଟ ପୋଲିସ କଟକ ଯୋନ- ୪ ଏସିପି ଚନ୍ଦନ ଘଡେଇ ମୁଖ୍ୟ ଅତିଥି , କଟକ ସଦର ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା, ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦବୋଧନ ଦେବା ସହ , ନୂଆଗଡ଼ ଗ୍ରାମବାସୀ ଏବଂ ସାହିର ସମସ୍ତ ଯୁବକ ମାନଙ୍କର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରସଂଶା କରିଥିଲେ ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ନୂଆଗଡ଼ ଗ୍ରାମର ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ବିଜୟ କୁମାର ରାଉତରାୟ , ତ୍ରୈଲୋକ ପ୍ରଧାନ, ପାଇକସାହି ଗ୍ରାମ ଉନ୍ନୟନ କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ , ସଂପାଦକ ନଳୀନ କାନ୍ତ ସେନାପତି, ପ୍ରକାଶ ନାୟକ, ଜଳଧର ବେହେରା ପ୍ରମୁଖ ରାମଲୀଳା ସଂପର୍କରେ ଉଦବୋଧନ ଦେଇଥିଲେ । ହନୁମାନ ପୂଜା କମିଟି ପକ୍ଷରୁ ଆଖ ଅଞ୍ଚଳର ବିଭିନ୍ନ ରାମଲୀଳା ପୂଜା କମିଟିର ସଭାପତି, ସଂପାଦକ, ନିର୍ଦ୍ଦେଶକ ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି କଟକ ପୋତାପୋଖରୀ ସମର୍ପଣ ପରିବାର ପକ୍ଷରୁ ନୂଆଗଡ଼ ହନୁମାନ ପୂଜା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା । ବିଶ୍ୱନାଥ ରାଉତରାୟ, ବିକାଶ ରାଉତରାୟ ( ଲିପୁ ) , ପ୍ରକାଶ ସାହୁ , ବସନ୍ତ ରାଉତ , ପ୍ରଦୀପ ସାହୁ, ପ୍ରକାଶ ନାୟକ , ଦେବେନ୍ଦ୍ର ଭୂୟାଁ , ସୁଜନ ଜେନା, ଗଣେଶ ବେହେରା, ବିଶ୍ୱନାଥ ନାୟକ, ହେମନ୍ତ ମହାପାତ୍ର, ଦେବେନ୍ଦ୍ର ନାୟକ, କାଳନ୍ଦି ରାଉତରାୟ ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ମଧୁପୁର ରାମଲୀଳା ସମିତିର କଳାକାର ମାନେ ସୀତା ଚୋରୀ ରାମଲୀଳା ପରିବେଷଣ କରିଥିଲେ । ।
No Result
View All Result