୭୫ କିଗ୍ରା ର ଲଡୁ ଭୋଗ ହେବା ସହ ବାଦିପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସାମୁକାସାହି ଗୌରୀ ନନ୍ଦନ କ୍ଲବରେ 15 ଫୁଟ ର ଗଣେଶ କରାଯିବା ସହ ରାଧାକାନ୍ତ ମହାରଣା ନାମକ କାରିଗର ତିଆରି କରିଛନ୍ତି ।

୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଞ୍ଚୁଦୋଳ ପଡିଆ ଠାରେ ପ୍ରଗତି ଯୁବକ ସଂଘ ଅନୁକୁଲ୍ୟ ରେ ୭୫ ତମ ବାର୍ଷିକ ଗଣେଶ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବ ଦୀର୍ଘ ୭୫ ବର୍ଷଧରି ପାଳୀତ ହୋଇ ଆସୁଥିବା ବେଳେ ପ୍ରତିବର୍ଷ ଓଡିଶାର ସୁନାମଧନ୍ୟ ଗାୟକ ଙ୍କୁ ନେଇ ବାଦିପାଲା ଅନୁଷ୍ଠିତ ହୋଇଆସୁଅଛି । ତେବେ ଚଳିତ ବର୍ଷ ୭୫ ତମ ବର୍ଷ ପୁତ୍ତି ଅବସର ରେ ଏହାକୁ ମହୋତ୍ସବ ରୂପେ ୧୦ ଦିନ ବ୍ୟାପି ପାଳନ କରାଯାଉଛି ା

ଗଣେଶ ପୂଜା ଦିନଠାରୁ ତଥା ସେପ୍ଟେମ୍ବର ୧୯ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଗାୟକ ଜ୍ଞାନଭୂଷଣ, ଡ. ଶିଶିର ପାଢୀ ଓ ଗାୟକ ପିୟୁଷ ବିଶ୍ୱନାଥ ସ୍ୱାଇଁ ଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେଉଅଛି ା ଏବଂ ୨୩ ତାରିଖ ରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ୨୪ ତାରିଖ ରେ ଭଜନ ସମାରୋହ ୨୫ ରେ ପ୍ରଗତି ଯୁବକ ସଂଘ ର କଳାକାର ମାନଙ୍କ ଦ୍ୱାରା ସାମାଜିକ ନାଟକ ବାପା ମଞ୍ଚସ୍ଥ ହେବାକୁ ଥିବାବେଳେ ୨୬ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦୁଆରୀ,

୨୭ ରେ ଓଡିଶା ର ଓଡିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ପମିମିଶ୍ର ଙ୍କ ସାରେଗାମାପା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠତ ହେବାନେଇ କମିଟି ପକ୍ଷରୁ ସୂଚନା ମିଳିଛି । ତେବେ ଏହି ବାଦିପାଲା ମଞ୍ଚକୁ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଯୋଗଦେଇଥିଲେ ।

ପ୍ରଗତି ଯୁବକ ସଂଘ ରଣପୁର ତରଫରୁ ଏହି ମହୋତ୍ସବ ପାଳିତ ହେଉଅଛି । ସଂଘ ର ସଭାପତି ଲିଙ୍ଗରାଜ ନାୟକ, ସଂପାଦକ କୃଷ୍ଣଚନ୍ଦ୍ର ଦାସ, ଗଣେଶ ପୂଜା କମିଟି ସଭାପତି ରମେଶ ଚନ୍ଦ୍ର ମହାପାତ୍ର , ମୁଖ୍ୟ ଉପଦେଷ୍ଟା ଅର୍ଜୁନ ଶର୍ମା ପ୍ରମୁଖ ମଞ୍ଚାସିନ ଥିଲେ । ଏବଂ ଯୁବକ ସଂଘ ର ମସସ୍ତ ସଭ୍ୟ ଶାନ୍ତି ଶୃଙ୍ଖଳାଓ ସାହାର୍ଯ୍ୟ ସହଯୋଗ ରେ ମହୋତ୍ସବ ପରିଚାଳନା କରିଥିଲେ । ଏହି ବାଦିପାଲା କୁ ଦେଖିବା ପାଇଁ ରଣପୁର ଓ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଦର୍ଶକ ଙ୍କ ଭୀଡ ଜମିଛି ।

ମୁଖ୍ୟଗେଟ୍ ତୋରଣ ଓ ଆଲୋକ ସାଜସର୍ଯ୍ୟା ବେଶ୍ ଆକର୍ଷଣୀୟ ହୋଇଛି ା ତେବେ ଗଣେଶ ପୂଜା ଅବସର ରେ ରଣପୁର ଅଞ୍ଚଳ ର ସମସ୍ତ ମହାବିଦ୍ୟାଳୟ, ବିଦ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ ଓ ଗାଁ ଗଣ୍ଡା ରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଅଛି ା ଏତଦବ୍ୟତୀତ ସାମୁକାସାହି ଗୌରୀ ନନ୍ଦନ କ୍ଲବରେ 15 ଫୁଟ ର ଗଣେଶ କରାଯିବା ସହ ରାଧାକାନ୍ତ ମହାରଣା ନାମକ କାରିଗର ତିଆରି କରିଛନ୍ତି । ଭଣ୍ଡାରି ସାହି ଗଜାନନ କ୍ଳବ୍ ଓ କଂସାରି ସାହି ବିନାୟକ କ୍ଳବ୍ , ଦାଣ୍ଡ ସାହି ର ବୀଣାପାଣି କ୍ଳବ୍ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ରେ ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ।

ଏଥିସହ ରାଜସୁନାଖଳା, ଗୋଡିପଡା, ଗୋପାଳପୁର, ଚାନ୍ଦପୁର ଓ ଦର୍ପନାରାୟଣପୁର ଅଞ୍ଚଳ ରେ ଗଣେଶ ପୂଜା ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଅଛି । ଏତଦବ୍ୟତୀତ ସାମୁକାସାହି ଗୌରୀ ନନ୍ଦନ କ୍ଲବରେ 15 ଫୁଟ ର ଗଣେଶ କରାଯିବା ସହ ରାଧାକାନ୍ତ ମହାରଣା ନାମକ କାରିଗର ତିଆରି କରିଛନ୍ତି । ଭଣ୍ଡାରି ସାହି ଗଜାନନ କ୍ଳବ୍ ଓ କଂସାରି ସାହି ବିନାୟକ କ୍ଳବ୍ , ଦାଣ୍ଡ ସାହି ର ବୀଣାପାଣି କ୍ଳବ୍ ବ୍ୟତୀତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ରେ ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି ।














