No Result
View All Result

୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଗଣେଶ ପୂଜା ପାଇଁ ମୂର୍ତ୍ତି ଆଣିବାକୁ ଯାଇଥିବା ଜଣେ ଛାତ୍ର ଇଲେଭେନ ବିଦ୍ୟୁତ ତାର ସଂସୄଶପର୍ସରେ ଆସି ମୃତ୍ୟୁ ବରଣ କରିଛ। ଅନ୍ୟ ୪ ଜଣ ଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ଡ଼ାକ୍ତରଖାନାକୁ ପଠାଯାଇଛି । ଗଣେଶ ପୂଜାରେ ଏପରି ଏକ ଅଭାବନୀୟ ଘଟଣା ଆଜି ଘଟିଛି ବାରଙ୍ଗ ଥାନା ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ।

ଗଣେଶ ପୂଜା ପାଇଁ ଟ୍ରାକ୍ଟରରେ ମୂର୍ତ୍ତି ନେଇ କଲେଜକୁ ଆସୁଥିବା ବେଳେ , ଟ୍ରାକ୍ଟର ଡାଲାରେ ଛିଡା ହୋଇ ପତାକା ହଲାଉଥିବା ମହାରାଷ୍ଟ୍ର ଔରଙ୍ଗାବାଦ ଅଞ୍ଚଳର ଛାତ୍ର ସୋହନ ଭଗବାନ ସୋଏଲର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୋହନ ପତାକା ଉଡାଉଥିବା ସମୟରେ ୧୧ କେଭି ତାରରେ ପତାକା ଲାଗିଯାଇଥିଲା । ଖବର ପାଇ ବାରଙ୍ଗ ଥାନା ଆଇଆଇସିଏବଂ ଗୋଡିସାହି ଫାଣ୍ଡିର ଅଫିସର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଏପରି ଅଘଟଣ ପାଇଁ ବାରଙ୍ଗ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

No Result
View All Result