୧୯ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଓଡ଼ଗାଁ /କୁରାଳ :-> ଅଗ୍ର ପୂଜ୍ୟ ଗଣନାଥ ଙ୍କ ପୂଜାର୍ଚ୍ଚନା କିଏ କେଉଁ ଢଙ୍ଗରେ କରିଥାନ୍ତି । ହେଲେ ଆଜି କୁରାଳ ଅରୋ ମୀରା ଟ୍ରଷ୍ଟ ପରିଚାଳିତ ପଥ ପ୍ରାନ୍ତ ପାଠାଗାର ଓ ପଠନାଗାର ର ସଂଚାଳକ ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରିଛନ୍ତି ।
ସେ ବିଭିନ୍ନ ପୂଜା ମଣ୍ଡପ ବୁଲି ଗଜାନନ ସହ ଯେଉଁ ଗଜ ଯୋଗୁଁ ଗଜାନନ ଜୀବନ ଫେରି ପାଇଲେ ସେ ଗଜ ମାନଙ୍କୁ ପୂଜା କରିବା ସହିତ ସେମାନଙ୍କ ସୁରକ୍ଷା ନିମନ୍ତେ ସଚେତନ କରାଇ ଥିଲେ । ତତ୍ ସହିତ ପୌରାଣିକ କଥାବସ୍ତୁ କୁ ଆଧାର କରି ଅଙ୍ଗ ଗ୍ରହଣ ଓ ରୋପଣ ର ମହତ୍ୱ ପ୍ରତିପାଦନ ପୂର୍ବକ ଅଙ୍ଗଦାନ ନିମନ୍ତେ
ଶ୍ରଦ୍ଧାଳୁ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ପରିବେଶ ସୁରକ୍ଷା ର ବାର୍ତ୍ତା ଦେବା ସହିତ ସଡକ ଦୁର୍ଘଟଣାରୁ ରକ୍ଷା ନିମନ୍ତେ ହେଲମେଟ ପରିଧାନ ପାଇଁ ନିବେଦନ କରିଥିଲେ। ସଭିଏଁ ବଞ୍ଚିବା,ସଭିଏଁ ବଢ଼ିବା ।