No Result
View All Result
୧୭ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :-> ପାଟଣାଗଡ଼ ଉପଖଣ୍ଡ ର ଖପ୍ରାଖୋଲ ଓ ବେଲପଡା ପୁଲିସ ଏବେ ଏକ୍ସନମୁଣ୍ଡରେ । ଅଞ୍ଚଳରେ ବେଆଇନ କଫସିରଫ ଓ ସଟ୍ଟା ,ମଦ କାରବାର ବନ୍ଧ ହେବାର ନାଁ ଧରୁନି । ଆଉ ମାତ୍ର ପଶ୍ଚିମ ଓଡ଼ିଶା ମହାନ ଗଣ ପର୍ବ ନୂଆଁଖାଇ । ନୂଆଁଖାଇ ରେ କଫ ସରିଫ ,ମଦ କାରବାର ବେପାରୀ ମାନେ ସକ୍ରିୟ ହୋଇ ଉଠୁଛନ୍ତି ।
ତଥାପି ବେଲପଡା ଓ ଖପ୍ରାଖୋଲ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଲଗାତର ଭାବେ ଚଢ଼ାଉ ଜାରି ରଖି କଫ ସିରଫ,ସଟ୍ଟା ବେପାରୀ ମାନଙ୍କୁ ଗିରଫ କରିବାରେ ସଫଲ ହେଉଛନ୍ତି । ଆଜି କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୁଲିସ ପୃଥକ ଭାବେ ଚଢଉ କରି ବେଆଇନ ଭାବେ କଫ ସିରଫ କାରବାର କରୁଥିବା ଦୁଇ ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୦ ବୋତଲ କଫ ସିରଫ ଜବତ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ ଧଣ୍ଡାମୁଣ୍ଡା ଗାଁର ଅମିତ କୁମ୍ଭାର ଓରଫ ରାଜା (୧୯) ଙ୍କ ଠାରୁ ୨୫ ବୋତଲ କଫ ସିରଫ ,ଓ ବେଲପଡା ର ନରୋତ୍ତମ ପୁଟେଲ (୨୫) ଙ୍କ କାର ଭିତରୁ ୧୫ ବୋତଲ କଫ ସିରଫ ଜବତ କରିଛି । ଖପ୍ରାଖୋଲ ଥାନା କେଶ ନଂ ୧୬୭/୨୩ ,୬୧/୨୩ ରେ ଦୁଇ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

No Result
View All Result