୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବାଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ର ୩ୟ ଦିବସ ରେ ଆଜି ଭାଜପା ର ବରିଷ୍ଠ ନେତା ପ୍ରୃଥୀରାଜ ହରିଚନ୍ଦନ,ଦୂଷ୍ମନ୍ତ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ପ୍ରଦୀପ କୁମାର ସ୍ଵାଇଁ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ ର ଦାବୀ ପ୍ରତି ନୈତିକ ସମର୍ଥନ ଜଣାଇ ଉଦାସୀନ ରାଜ୍ୟ ସରକାର ଙ୍କ ର ତୀବ୍ର ସମାଲୋଚନା କରିଥିଲେ।
ରାଜ୍ୟର ଶିକ୍ଷା ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଜାଡି ଦେବାପାଇଁ ସରକାର ଶିକ୍ଷକ ମାନଙ୍କ ଦାବୀ ପ୍ରତି ଵିତସ୍ପ୍ରୃହ ବୋଲି ବକ୍ତବ୍ୟ ଛଳରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂଘ ର ସଭାପତି ବିଭୂତି ଭୂଷଣ ଦାଶ, ସଂପାଦକ ବିଭୂତି ଭୂଷଣ ସ୍ଵାଇଁ, ଶିକ୍ଷକ ନେତା ପ୍ରଦୀପ୍ତ କିଶୋର ମହାପାତ୍ର, ଭବାନୀ ଶଙ୍କର ସେଠି,ଅଟଳ ବିହାରୀ ଦାସ,ତାପସ ମହାରଣା,ସୂର୍ଯ୍ୟକାନ୍ତ ବେହେରା,ପାଣ୍ଡବ ମହାରଣା,ପ୍ରେମଚାନ୍ଦ ସାହୁ,ବିମଳ ନାୟକ,ମଧୁସୂଦନ ଭୋଇ, ଜ୍ୟୋତି ର୍ମୟୀ ହୋତା, ଉମାକାନ୍ତ ସାଶମଲ,ଵିଶ୍ଵରଞ୍ଜିତା ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ,ଵିରାଜ କୁମାର ମିଶ୍ର,କୈଳାସ ହୋତା ପ୍ରମୁଖ ବିକ୍ଷୋଭ କାରୀଙ୍କୁ ଉଦ୍ଵ ଵୋଧନ ସହ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ।