୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ଦଫା ଦାବୀକୁ ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଥିବା ଚିଲିକା ବ୍ଲକ୍ ଶାଖାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମୂହ କାର୍ଯ୍ୟ ବନ୍ଦ ଓ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କୀର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆଜି ୩ୟ ଦିବସ ରେ ପହଞ୍ଚିଛି। ବିଭିନ୍ନ ସମୟରେ ସଂଘ କୁ ସରକାର ସେମାନଙ୍କ ର ଦାବୀ ନେଇ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସାଂପ୍ରତିକ ଶିକ୍ଷକ ଆନ୍ଦୋଳନ ଦାବୀ ହାସଲ ନ କରିବା ଯାଏଁ ଓହରିଵ ନାହିଁ ବୋଲି ସଂଘ ର କର୍ମକର୍ତ୍ତା ମାନେ ରାଜ୍ୟ ସଂଘ କୁ ସମର୍ଥନ କରି ଦ୍ରୃଢ ଚେତାବନୀ ଦେଇଛନ୍ତି ।
ଆଜି ଶିକ୍ଷକ ମାନଙ୍କ ଦାଵୀକୁ ସମର୍ଥନ ଜଣାଇ ଭାଜପା ର ବରିଷ୍ଠ ନେତା ପ୍ରୃଥ୍ଵୀରାଜ ହରିଚନ୍ଦନ, ପ୍ରାକ୍ତନ ଚିଲିକା ବ୍ଲକ୍ ଉପାଧ୍ୟକ୍ଷ ସୁମନ୍ତ ପଟ୍ଟନାୟକ ଓ ଭାରତୀୟ ଜାତୀୟ କଂଗ୍ରେସର ର ନେତା ପ୍ରଦୀପ କୁମାର ସ୍ଵାଇଁ ଧାରଣା ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କର ଦାବୀକୁ ସରକାର ତୂରନ୍ତ ମାନିନେଵା ଉଚିତ ବୋଲି ଉଦ୍ ବୋଧନ ଦେଇଥିଲେ।
ଏହି ଅବସରରେ ଚିଲିକା ବ୍ଲକ୍ ର ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ବିଦ୍ୟାଧର ପଟ୍ଟଯୋଶୀ, ସଂପାଦକ ପୂର୍ଣାନନ୍ଦ ସ୍ବାଇଁ, କୋଷାଧ୍ୟକ୍ଷ ସୀତାକାନ୍ତ ନନ୍ଦ, ବରିଷ୍ଠ ଶିକ୍ଷକ ପ୍ରଦୀପ ସାଶମଲ,ନରେନ୍ଦ୍ର କୁମାର ବାଘ ସିଂହ, ଗୋପାଳ କ୍ରୃଷ୍ନ ସ୍ଵାଇଁ,ଦେବରାଜ ପରିଡା, ବ୍ରହ୍ମଚାରୀ ଜେନା, ଜିତେନ୍ଦ୍ର ମାନସିଂହ, ଶ୍ରୀକାନ୍ତ ପାଇକରାୟ,ଗୁଣମଣିବେହେରା ପ୍ରମୁଖ ସରକାର ଙ୍କ ଶିକ୍ଷକ ଆନ୍ଦୋଳନ ପ୍ରତି ବେପରୁଆ ମନୋଭାବ ର ତୀବ୍ର ସମାଲୋଚନା କରିଥିଲେ। ଚିଲିକା ବ୍ଲକ୍ ର ୮୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ ୩୭୮ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଗଣଧାରଣା ରେ ଯୋଗଦେଇଥିଲେ।














