No Result
View All Result
୧୬ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ପବିତ୍ର ତାଳ ନବମୀ ଅବସରରେ ଆଜି ଶନିବାର ନାଚୁଣୀ ସତ୍ ସଙ୍ଗ କେନ୍ଦ୍ର ଆନୁକୁଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ର ୧୩୬ତମ ପୁଣ୍ୟ ଜୟନ୍ତୀ ମହୋତ୍ସବ ପାଳିତ ହୋଇ ଯାଇଛି । ପ୍ରଭାତ ରୁ ଜନ୍ମ ଲଗ୍ନ ଘୋଷଣା ପରେ ନାମ ସଙ୍କୀର୍ତ୍ତନ, ସଙ୍ଗୀତାଞ୍ଜଳୀଆଦି କାର୍ଯ୍ୟ କ୍ରମ ପରେ ମଧ୍ୟାହ୍ନରେ ସତ୍ ସଙ୍ଗ ଅନୁଷ୍ଠିତ ହୋଇଥିଲା ।
ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ଋତ୍ଵିକ ବ୍ରଜବନ୍ଧୁ ବେହେରା।ଅନ୍ୟ ମାନଙ୍କ ମଧ୍ୟରେ କର୍ମୀ ଓ ଯାଜକ ଵଲ୍ଲଭୀକାନ୍ତ ସେନ୍ , ବସନ୍ତ କୁମାର ମହାରଣା,ବସନ୍ତ କୁମାର ହରିଚନ୍ଦନ ପ୍ରମୁଖ ଆଲୋଚନା ରଖିଥିଲେ। ଅପରାହ୍ନରେ ମାତ୍ରୃ ସମ୍ମେଳନ ଅନୁଷ୍ଠିତ ହୋଇଥିଲା।ସମସ୍ତ ଗୁରୁ ଭାଇ ଓ ମାଆ ମାନଙ୍କୁ ଆନନ୍ଦ ବଜାରରେ ଆପ୍ୟାୟିତ କରାଯାଇଥିଲା।

No Result
View All Result