• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଚାଷୀଙ୍କ ସମସ୍ୟା ସମାଧନରେ ସମବାୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ’ : ମନ୍ତ୍ରୀ ଶ୍ରୀ ସ୍ୱାଇଁ

Proprietor Abhimanyu Maharana by Proprietor Abhimanyu Maharana
July 4, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଚାଷୀଙ୍କ ସମସ୍ୟା ସମାଧନରେ ସମବାୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ’  :  ମନ୍ତ୍ରୀ ଶ୍ରୀ ସ୍ୱାଇଁ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ ( ୦୪ ଜୁଲାଇ ଶନିବାର ) ଭୁବନେଶ୍ୱର, :- କୋଭିଡ-୧୯ ସ୍ଥିତିରେ ଆଜି ଦେଶ ତଥା ବିଶ୍ୱ ଏକ ସଂକଟମୟ ପରିସ୍ଥିତି ମଧ୍ୟରେ ଗତି କରୁଛି । ଏହା ଦ୍ୱାରା ଜୀବନଜୀବିକା ଅତି ମାତ୍ରାରେ ପ୍ରଭାବିତ ହୋଇଛି । କୋଭିଡ୍‌-୧୯ ବ୍ୟତୀତ ଆଉ କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟି ଯାଇଛି ଯାହା ସମଗ୍ର ମାନବସମାଜ ପାଇଁ ପ୍ରଶ୍ନ ଠିଆ କରିଛି । ଏହି ସବୁ ଘଟଣା ଗତ କିଛି ବର୍ଷ ଧରି ହେଉଥିବା ଜଳବାୟୁ ପରିବର୍ତ୍ତନର ସିଧାସଳଖ ପରିଣାମ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସମାଜର ସବୁଠାରୁ ଗରିବ ଶ୍ରେଣୀର ଜନସାଧାରଣ ଏବଂ ଚାଷୀବର୍ଗ । ଏହି ସବୁ ସମସ୍ୟାର ସମାଧାନ ଦିଗରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତା ପ ସ୍ୱାଇଁ କହିଛନ୍ତି । ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ଉପଲକ୍ଷେ ୱେବିନାର୍‌ ମାଧ୍ୟମରେ ଆୟୋଜିତ ଜାତୀୟ ସ୍ତରର
ପାଠଚକ୍ରରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ସମବାୟ ଆନ୍ଦୋଳନ ସହ ଜଡ଼ିତ ସମସ୍ତ
ବ୍ୟକ୍ତିବିଶେଷ, ଅନୁଷ୍ଠାନ, ବୁଦ୍ଧିଜୀବୀ, ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ନିଜକୁ ସମବାୟ
ଆଦର୍ଶର ନୀତି, ମୂଲ୍ୟବୋଧ ଏବଂ ବାସ୍ତବତାକୁ ସମ୍ମାନ ଦେଇ କାର୍ଯ୍ୟ କରିବା ଦରକାର ।

ଚଳିତ ବର୍ଷ
ଅନ୍ତର୍ଜାତୀୟ ସମବାୟ ଦିବସ ପାଳନର ଥିମ୍‌ ଭାବେ ‘ଜଳବାୟୁ ପରିବର୍ତ୍ତନରେ ସମବାୟର ଭୂମିକା’
ରଖାଯାଇଥିବା ପରିେ ପ୍ରକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଆମ
ସମସ୍ତଙ୍କ ର ଗୁରୁ ଦାୟିତ୍ୱ ରହିଛି । ଏଥି ପାଇଁ ସମବାୟକି ଭାବର ଆବଶ୍ୟକତା ରହିଛି, ଯେଉଁଥିରେ
ସାଧାରଣ ଜନତା ଏକ ସଙ୍ଗେ ପରିବେଶ ସୁରକ୍ଷା ପାଇଁ ନିଜର ଯୋଗଦାନ ଦେବେ ବୋଲି ମନ୍ତ୍ରୀ
କହିଥିଲେ । ଆଲୋଚନା ଚକ୍ରରେ କୃଷି ଓ କୃଷି ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ
ଡ. ଅରୁଣ କୁମାର ସାହୁ କହିଲେ କୃଷି ଏବଂ ସମବାୟ ପରସ୍ପର ପରି ପୂରକ । ଓଡ଼ିଶା ବାରଞ୍ଚାର ପ୍ରାକୃତିକ
ବି ପର୍ଯ୍ୟାୟର ସମ୍ମୁଖୀନ ହେଉଥିଲେ ହେଁ ରାଜ୍ୟ ସରକାରଙ୍କ ସଫଳ କୃଷି ନୀତି ଏବଂ କୃଷକମାନଙ୍କର ନିଷ୍ଠା
ଓ ପରିଶ୍ରମ ଯୋଗୁଁ ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଚାଷୀମାନଙ୍କୁ ଫସଲ
ଋଣ ଯୋଗାଇଦେବା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ସମବାୟ ବିଭାଗ ଏକ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣକରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

ଏଥି ସହିତ ବିଗତ ଦୁଇବର୍ଷ ଧରି ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇ ପାରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ କହିଲେ ପ୍ରଗତି ନିମନ୍ତେ ପ୍ରତିଦ୍ୱନ୍ଦିତା ଏବଂ ସହଭାଗିତା ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ପରିବେଶ ଉପରେ ମଣିଷ ନିର୍ଭରଶୀଳ ହୋଇଥିବା ବେଳେ
ପରିବେଶର ସୁରକ୍ଷା ମଣିଷର ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ରାଜ୍ୟ
ସରକାରଙ୍କ ଦ୍ୱାରା କ୍ଳାଇମେଟ୍‌ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ସଂଜୀବ ପାଣିଗ୍ରାହୀ କହିଲେ ସୀମିତ ପ୍ରାକୃତିକ ସଂ ପଦର ସୁବିନିଯୋଗ କରି ଆମକୁ ପ୍ରଗତି ହାସଲ କରିବାକୁ ପଡ଼ିବ । ଭବିଷ୍ୟତ ପିଢ଼ିକୁ ଦୃଷ୍ଟିରେ ର ଖି ଆମକୁ ପରିବେ ଶ ସନ୍ତୁଳନ ସହ ଅର୍ଥନୈତିକ ପ୍ରଗତି ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଅବସର ପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି କହିଲେ ସମବାୟ ମାନବ ଜୀବନ ଧରଣର ଆଦର୍ଶ ହୋଇ ପାରିଲେ ଜଳବାୟୁ ପରିବର୍ତ୍ତନ ପରି ଅନେକ ସମସ୍ୟାର ସମାଧାନ ହୋଇପାରିବ । ଏହି ଅବସରରେ ଗ୍ରାମାଞ୍ଚଳରେ ଗୋଷ୍ଠୀ ଗଠନ ଦ୍ୱାରା ଜଙ୍ଗଲ ସଂ ପଦର ସୁପରିଚାଳନାର ସେ ଉଦାହରଣ ଦେଇଥିଲେ ।

ଇର୍‌ମାର ପ୍ରଫେସର ଶ୍ରୀ ହରେକୃଷ୍ଟ ମିଶ୍ର କହିଲେ ପୋଷଣୀୟ ଅର୍ଥନୀତିରେ ଲୋକମାନଙ୍କର
ଖାଦ୍ୟ ସୁରକ୍ଷା ନିମନ୍ତେ ସମବାୟର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ମହାତ୍ମାଗାନ୍ଧୀଙ୍କ ସ୍ୱରାଜ ଏବଂ ଗ୍ରାମ
ସ୍ୱରାଜ ସମବାୟର ଭିତ୍ତିମୂମି ହେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଅବସରରେ ଯୋଜନା
ଏବଂ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ୍ଦ୍ର କୁମାର ଜେନା କହିଲେ ୫‘ଟି’ ଏବଂ
‘ମୋ ସରକାର’ ଦ୍ୱାରା ରାଜ୍ୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇ ପାରିଛି । ଏତଦ୍‌ବ୍ୟତୀତ
ଆଲୋଚନାରେ ଅଂଶଗ୍ରହଣ କରି ଆଇନ ପରାମର୍ଶଦାତା ଶ୍ରୀ କମଳଲୋଚନ ବାରିକ କୃଷି ବି ପଣନ ଦିଗରେ
ସମବାୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶ ସଂପର୍କରେ ଆଲୋକ ପାତ କରି କହିଲେ ଏହା
ଦ୍ୱାରା କୃଷକ ମାନେ ବହୁଳ ଭାବରେ ଉ ପକୃତ ହୋଇ ପାରିବେ । ଏହି ଆଲୋଚନା ଚକ୍ରରେ ସମବାୟବିତ୍‌,
ସମବାୟ ବିଭାଗର ବରିଷ୍ଠ ପଦାଧିକାରୀ, ରାଜ୍ୟ ତଥା ଜାତୀୟ ସ୍ତରର ବହୁ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ଆଜି ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ କାର୍ଯ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ସମବାୟ ପତାକାକୁ ଉତ୍ତୋଳନ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ଶ୍ରୀ ହେମନ୍ତ ନାୟକ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 10, 2026
ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

ରାଜନଗରରେ ଶିଶୁ କିଶୋରୀ ଓ ମହିଳା ମାନଙ୍କ ର ସଚେତନ କାର୍ଯ୍ୟକ୍ରମ ଜୁବେଂଟିକା ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version