No Result
View All Result
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,.ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆର, ଉଦୟଗିରି ଓ ମୋହନା ବ୍ଲକର 5T ଉଚ୍ଚ ବିଦ୍ୟାଳୟ ମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ସାହିତ୍ୟ ସୃଜନୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଗତ 13 ଓ 14 ତାରିଖ ବୁଧବାର ଗୁରୁବାର ଦୁଇଦିନ ଧରି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ନିମନ୍ତେ ଏହି ଶିବିର କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟିକୁ ଆର, ଉଦୟଗିରି ବ୍ଲକ ସହକାରୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା ,

ଛେଳିଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭେଙ୍କେଟ ରମଣ ବୁଧବାର ଦିନ ଶୁଭ ଉଦଘାଟନ କରିଥିଲେ l ସମ୍ବଳ ଶିକ୍ଷକ ଶିବରାମ କାର୍ଜି ଓ ଆଶିଷ କୁମାର ରାଇକାଙ୍କ ପରିଚାଳନାରେ ଶିକ୍ଷକ ସଞ୍ଜୀବ କୁମାର ଦାସ ସହଯୋଗ କରିଥିଲେ l ଟିକାମାଳ ଉଚ୍ଚ ବିଦ୍ୟାଳୟ ପଣ୍ଡିତ ଅଭୟ କୁମାର ଦାସ ନବାକ୍ଷରୀ ଛନ୍ଦରେ ବିବରଣୀ ପାଠ କରି ମନ୍ତ୍ର ମୁଗ୍ଧ କରିଥିଲେ l ଗତକାଲିର ଉଦଯାପନୀ କାର୍ଯ୍ୟକ୍ରମରେ ଆର, ଉଦୟଗିରି ବ୍ଲକ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳ , ସହକାରୀ ଶିକ୍ଷାଧିକାରୀ ଯୁଧିଷ୍ଠିର ବେହେରା ଏବଂ ଛେଳିଗଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭେଙ୍କେଟ ରମଣ ଉପସ୍ଥିତ ଥିଲେ l

No Result
View All Result